ପ୍ରତିରକ୍ଷା କ୍ଷେତ୍ରକୁ ୩.୩୭ ଲକ୍ଷ କୋଟି

ନୂଆଦିଲ୍ଲୀ: ଚଳିତ ଥର ବଜେଟ୍‌ରେ ପ୍ରତିରକ୍ଷା କ୍ଷେତ୍ର ପାଇଁ ୩.୩୭ ଲକ୍ଷ କୋଟି ବ୍ୟୟବରାଦ ହୋଇଛି। ଗତବର୍ଷ ତୁଳନାରେ 6% ବୃଦ୍ଧି କରାଯାଇ ୩.୧୮ରୁ ୩.୩୭ ଲକ୍ଷ କୋଟି କରାଯାଇଛି। ତେବେ ଡିଫେନ୍ସ ପେନ୍‌ସନ୍‌କୁ ଲଗାଇଲେ ଟୋଟାଲ୍‌ ସୁରକ୍ଷା ବଜେଟ୍‌ ୪.୭ ଲକ୍ଷ ହୋଇଛି।

ସେନାର ଆଧୁନିକିକରଣ ଏବଂ ନୂଆ ଅସ୍ତ୍ରଶସ୍ତ୍ର କିଣିବା ପାଇଁ ୧,୧୦,୭୩୪ ଲକ୍ଷ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ଏହା ଗତ ସୁରକ୍ଷା ବଜେଟ୍‌ରୁ ମାତ୍ର ୧୦,୩୪୦ ଟଙ୍କା ଅଧିକ।

ଡିଫେନ୍ସ ପେନ୍‌ସନ୍‌ ବଜେଟ୍‌ରେ ସର୍ବାଧିକ ବ୍ୟୟବରାଦ ହୋଇଛି। ଏହି ଦିଗରେ ୧.୩୩ ଲକ୍ଷ କୋଟି ଟଙ୍କା ଦିଆଯାଇଛି। ତେବେ ଗତବର୍ଷ ଏହି ଦିଗରେ ବଜେଟ୍ ରାଶି ଥିଲା ୧.୧୭ ଲକ୍ଷ କୋଟି।

ନୂଆ ବଜେଟରେ ଦେଶର ପ୍ରତିରକ୍ଷା ବ୍ୟବରାଦ ୬ ପ୍ରତିଶତ ବୃଦ୍ଧି ପାଇଛି।  ପ୍ରତିରକ୍ଷା ଉପକରଣ କିଣିବା ପାଇଁ ଯେତିକି ବ୍ୟୟବରାଦ କରାଯାଇଛି, ତାହା ତୁଳନାରେ ପ୍ରତିରକ୍ଷା କର୍ମଚାରୀଙ୍କ ପେନସନ ବାବଦ ଖର୍ଚ୍ଚ ଅଧିକ ରହିଛି।

ଭାରତର ପ୍ରତିରକ୍ଷା ବଜେଟ ବିଶ୍ୱର ୪ର୍ଥ ବୃହତ୍ତମ । ଭାରତ ଉପରେ କେବଳ ଆମେରିକା, ଚାଇନା ଓ ସାଉଦି ଆରବର ପ୍ରତିରକ୍ଷା କ୍ଷେତ୍ରରେ ଅଧିକ ବ୍ୟୟ ବରାଦ କରୁଛନ୍ତି।

 

You might also like