ଜମ୍ମୁ-କାଶ୍ମୀରକୁ ନେଇ ଏମିତି କହିଲା ଜାତିସଂଘ

ଜେନିଭା: ଜମ୍ମୁ-କାଶ୍ମୀରରୁ ଅଗଷ୍ଟ ୫ରେ ଧାରା ୩୭୦ ଉଚ୍ଛେଦ ହୋଇଥିଲା। ସେବେଠାରୁ କାଶ୍ମୀରରେ ଜାରି ରହିଥିବା କଟକଣା ଇତି ମଧ୍ୟରେ ୩୫ ଦିନରେ ପହଞ୍ଚିଛି। କେନ୍ଦ୍ର ସରକାର ସ୍ଥିତି ନିୟନ୍ତ୍ରଣାଧୀନ ଥିବା ଦାବି କରୁଥିଲେ ହେଁ ଏବେ ଧୀରେଧୀରେ ଅନ୍ତର୍ଜାତୀୟ ସମୂହ ଭାରତର ଭୂମିକା ଉପରେ ପ୍ରଶ୍ନ ଉଠାଇବା ଆରମ୍ଭ କରିଛନ୍ତି।

ଏହିକ୍ରମରେ ଆଜି ୪୨ ତମ ଜାତିସଂଘ ମାନବାଧିକାର ପରିଷଦ ବୈଠକର ପ୍ରଥମ ଅଭିଭାଷଣରେ ପରିଷଦର ସଭାପତି ମିଚେଲ ବାଚେଲେଟ୍‌ ଜମ୍ମୁ-କାଶ୍ମୀର ପ୍ରସଙ୍ଗ ଉଠାଇଛନ୍ତି। ସେ କହିଛନ୍ତି, “ ମୁଁ ବେଶ୍‌ ଗଭୀରତାର ସହ କାଶ୍ମୀର ଉପରେ ନଜର ରଖିଛି। ଭାରତ ସରକାର ଜମ୍ମୁ-କାଶ୍ମୀର ସମ୍ପର୍କରେ ଯେଉଁ ନୂଆ ପଦକ୍ଷେପ ନେଇଛନ୍ତି, ଏହାକୁ ସମସ୍ତେ ଦେଖୁଛନ୍ତି। ତେଣୁ କାଶ୍ମୀରରେ ମାନବାଧିକାର ଉଲ୍ଲଙ୍ଘନ ହେଉଛି କି ନାହିଁ, ସେକଥା ମଧ୍ୟ ତର୍ଜମା କରାଯାଉଛି।

କେବଳ ମାନବାଧିକାର ଉଲ୍ଲଙ୍ଘନ ନୁହେଁ, ଇଣ୍ଟରନେଟ୍‌ ଯୋଗାଯୋଗ, ଶାନ୍ତିପୂର୍ଣ୍ଣ ଭାବେ ଲୋକମାନେ ଏକତ୍ରିତ ହେବା ଏବଂ ସ୍ଥାନୀୟ ରାଜନେତା ଓ ସ୍ୱେଚ୍ଛାସେବୀଙ୍କୁ ଅଟକ ରଖିବା ଆଦି ଉପରେ ମଧ୍ୟ ମୁଁ ନଜର ରଖିଛି।

ମୁଁ ଉଭୟ ଭାରତ ଓ ପାକିସ୍ତାନ ସରକାରଙ୍କୁ ଲୋକଙ୍କ ମାନବାଧିକାରକୁ ସମ୍ମାନ ଏବଂ ସୁରକ୍ଷିତ କରିବା ଦିଗରେ କାର୍ଯ୍ୟ କରିବାକୁ ନିବେଦନ କରୁଛି। ବିଶେଷ କରି ଭାରତ ସରକାରଙ୍କୁ ଜମ୍ମୁ-କାଶ୍ମୀରରେ ଲାଗୁ ହୋଇଥିବା କଟକଣାକୁ କୋହଳ କରିବାକୁ କହୁଛି। ଏହାଦ୍ୱାରା ଲୋକମାନେ ସେମାନଙ୍କ ଆବଶ୍ୟକତାକୁ ପୂରଣ କରିପାରିବେ।

ଏଥିସହ ଭାରତ ସରକାର ମଧ୍ୟ ଅଟକ ରଖିଥିବା ଲୋକଙ୍କ ଅଧିକାର କଥା ଚିନ୍ତା କରିବା ଉଚିତ। ଏହାଦ୍ୱାରା ସବୁ କିଛିରେ ସୁଧାର ଆସି ପାରିବ ବୋଲି ଆମର ଆଶା।”

ଆହୁରି ପଢ଼ନ୍ତୁ

ପାକିସ୍ତାନ ଅନୁପ୍ରବେଶକାରୀକୁ ଧରିଲା ସେନା; ୫ ହଜାର ପାକିସ୍ତାନୀ ଟଙ୍କା ଜବତ

‘ପାପ, ଭୁଲ ଓ ବେମାରୀକୁ ଛୋଟ ଭାବିବା ଉଚିତ ନୁହେଁ’

ଗୋଆ ଉପମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍‌ରୁ କେମିତି ଶେୟାର୍ ହେଲା ପର୍ଣ୍ଣୋଗ୍ରାଫିକ୍ ଭିଡିଓ ?‌

୨ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କଲା ସେନା; ଦୁଇ ଦିନରେ ୪ ମୃତ

ଡ୍ରଗ୍ସ କାରବାର ମାମଲାରେ ବିଚାର କରୁଥିବା NDPSର ସ୍ୱତନ୍ତ୍ର ବିଚାରପତିଙ୍କୁ ବୋମାମାଡ଼ ଧମକ: ଦୁଇ ଅଟକ

ଗୋଆ ଉପମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍‌ ହ୍ୟାକ୍

ଚୀନ୍‌ର କରୋନା ଭ୍ୟାକ୍ସିନ ସମ୍ପୂର୍ଣ୍ଣ ସୁରକ୍ଷିତ: ବ୍ରାଜିଲ୍‌

ସନ୍ଧ୍ୟା ୬ରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

୮୩ ଦିନ ପରେ ଆଶ୍ୱସ୍ତି; ଦିନକରେ ଚିହ୍ନଟ ହେଲେ ୫୦ ହଜାରରୁ କମ କରୋନା ଆକ୍ରାନ୍ତ

ଫେବ୍ରୁଆରି ସୁଦ୍ଧା ଦେଶର ଅଧା ଲୋକ କରୋନା ଆକ୍ରାନ୍ତ ହୋଇ ପାରନ୍ତି !

କଥା ଦେଇ କଥା ରଖିଲେ ରାହୁଲ, ଦୁଇ ଭଉଣୀଙ୍କୁ ଉପହାର ଦେଲେ ଘରର ଚାବି

କରୋନା ଆକ୍ରନ୍ତଙ୍କ ଖୁସି ପାଇଁ ନାଚିଲେ ଡାକ୍ତର, ଭିଡିଓ ଭାଇରାଲ

You might also like