ଦୀପିକା, ଶ୍ରଦ୍ଧା ଓ ସାରାଙ୍କୁ ଆଜି ଏନ୍‌ସିବିର ଜେରା

ମୁମ୍ବାଇ: ବଲିଉଡର ଡ୍ରଗ୍ସ ଲିଙ୍କ୍ ମାମଲା ତଦନ୍ତକୁ ଜୋରଦାର କଲା ନାର୍କୋଟିକ୍ସ କଣ୍ଟ୍ରୋଲ  ବ୍ୟୁରୋ । ବଲିଉଡ୍ ଅଭିନେତ୍ରୀଙ୍କୁ ଜେରା ଅଭିଯାନରେ ଆଜି ଗୁରୁତ୍ୱପୂର୍ଣ୍ଣ ଦିନ। ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ସମେତ ଆଜି ଏନ୍‌ସିବିରେ ହାଜର ହୋଇପାରନ୍ତି , ଶ୍ରଦ୍ଧା କପୁର, ସାରା ଅଲ୍ଲି ଖାନ୍।

ମୁମ୍ବାଇ ଅଫିସରେ ଦୀପିକା ମଧ୍ୟାହ୍ନ ପୂର୍ବରୁ ପହଞ୍ଚି ସାରିଛନ୍ତି । ସେହିପରି ପୂର୍ବାହ୍ନରେ ଆସି ପାରନ୍ତି ସାରା ଓ ଶ୍ରଦ୍ଧା। ଦୀପିକାଙ୍କ ସହ ତାଙ୍କ ମ୍ୟାନେଜର କରିସ୍ମା ପ୍ରକାଶଙ୍କୁ ବି ଆଜି ଦ୍ୱିତୀୟ ଦିନ ପାଇଁ ଜେରା କରାଯାଇପାରେ।  ଉଭୟଙ୍କୁ ସାମ୍ନାସାମ୍ନି ପଚରାଉଚରା କରିବା ନେଇ ଏନ୍ସିବି ପ୍ରସ୍ତୁତି କରୁଛି।

ସେପଟେ ଜେରା ବେଳେ ସ୍ୱାମୀ ତଥା ଅଭିନେତା ରଣବୀର ସିଂ ଉପସ୍ଥିତ ରହିବା ନେଇ କରିଥିବା ଆବେଦନ ଚର୍ଚ୍ଚାକୁ ଖଣ୍ଡନ କରିଛି ଏନସିବି। ଏପରି କୌଣସି ଆବେଦନ ତଦନ୍ତକାରୀ ସଂସ୍ଥାକୁ ମିଳିନଥିବା କୁହାଯାଇଛି।

ଅପରପକ୍ଷେ ଗତକାଲି ଅଭିନେତ୍ରୀ ରକୁଲପ୍ରୀତଙ୍କୁ ୪ ଘଣ୍ଟା ଓ କରିସ୍ମାଙ୍କୁ ୭ ଘଣ୍ଟା ଜେରା କରିଛି ଏନସିବି। ସେହିପରି ଧର୍ମା ପ୍ରଡକସନ୍‌ର ଅନ୍ୟତମ କାଯ୍ୟକାରୀ ନିର୍ଦ୍ଦେଶକ ଖିତିଜଙ୍କୁ ଜେରା ପରେ ଅଟକ ରଖାଯାଇଛି। ଏହାଛଡ଼ା ଅନ୍ୟ ଜଣେ ଠିକା କର୍ମଚାରୀ ଅନୁଭବ ଚୋପ୍ରାଙ୍କୁ ବି ପଚରାଉଚରା ହୋଇଛି।

ଆହୁରି ପଢ଼ନ୍ତୁ

୧୦ ଜଣଙ୍କୁ ହତ୍ୟା କରିଥିବା ହତ୍ୟାକାରୀକୁ ଫାଶୀ

ଗ୍ରୀସ୍ ଓ ତୁର୍କୀରେ ଭୟଙ୍କର ଭୂମିକମ୍ପ, ମାଡ଼ିଆସିଲା ସୁନାମି !

ଅଭିନନ୍ଦନଙ୍କୁ ଛାଡ଼ିବା ପାଇଁ କୌଣସି ଚାପ ପଡ଼ି ନ ଥିଲା-ସଫେଇ ଦେଲେ ଇମ୍ରାନ

ଆରୋଗ୍ୟ ସେତୁ ଆପ୍ସର ତଥ୍ୟ ଖିଲାପ କରିଥିବା ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ବାପାଙ୍କୁ ହତ୍ୟା କରିବା ପରେ କ୍ରାଇମ୍‌ ଶୋ’ରୁ ଆଇଡିଆ ନେଇ ପ୍ରମାଣ ନଷ୍ଟ କଲା ପୁଅ

ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ବର୍ଷିଲେ ପ୍ରଧାନମନ୍ତ୍ରୀ

ସେକ୍ସ ଗୁରୁଙ୍କୁ ମିଳିଲା ସଜା, ଜେଲରେ ରହିବେ ୧୨୦ ବର୍ଷ

ଦିୱାଲିରେ ଏହିସବୁ ସ୍ମାର୍ଟଫୋନ୍‌ ଉପରେ ମିଳୁଛି ବମ୍ପର ଅଫର୍‌

କରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ ସହାୟକ ହେବ ବିସିଜି ଟିକା

ବିବାହ ଉତ୍ସବରେ ଯୋଗଦେଇ ଫେରୁ ଥିବାବେଳେ ଓଲଟିଲା ଭ୍ୟାନ୍‌; ୬ ମୃତ

ମଦ ଢାଳି ଭୂମି ପୂଜନ କଲେ ବିଧାୟକ

ମୁଙ୍ଗେର ଗୁଳିକାଣ୍ଡ ପ୍ରତିବାଦରେ ବ୍ୟାପକ ହିଂସାକାଣ୍ଡ, ତଦନ୍ତ ନିର୍ଦ୍ଦେଶ ଦେଲେ ସିଇସି

You might also like