‘ଅମ୍ପନକୁ ଜାତୀୟ ବିପର୍ଯ୍ୟୟ ଘୋଷଣା କରାଯାଉ’

ନୂଆଦିଲ୍ଲୀ: ମହାବାତ୍ୟା ଅମ୍ପନକୁ ଜାତୀୟ ବିପର୍ଯ୍ୟୟ ଘୋଷଣା କରିବାକୁ ଦାବି ହୋଇଛି। ଆଜି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ନେତୃତ୍ୱରେ ହୋଇଥିବା ମିଳିତ ବିରୋଧୀ ଦଳ ବୈଠକରେ ଏହି ଦାବି ଉଠାଯାଇଛି।

ଏନେଇ ୨୦ଟି ବିରୋଧୀ ଦଳ ପକ୍ଷରୁ ମିଳିତ ସଂକଳ୍ପ ପାରିତ ହୋଇଥିଲା। ଦେଶର ସାମ୍ପ୍ରତିକ ପରିସ୍ଥିତିକୁ ନେଇ କଂଗ୍ରେସ ପକ୍ଷରୁ ଏହି ବୈଠକ ଡକାଯାଇଥିଲ।

ଏଥିରେ ଏନ୍‌ସିପି, ଡିଏମ୍‌କେ ସହ ବାମଦଳର ନେତାମାନେ ସାମିଲ ହୋଇଥିଲେ। ପ୍ରଥମ ଥର ପାଇଁ ବିରୋଧୀଙ୍କ ଏହି ମେଳିରେ ଶିବସେନା ମଧ୍ୟ ଯୋଗଦେଇଥିଲା। କେନ୍ଦ୍ର ସରକାରଙ୍କ କରୋନା ମୁକାବିଲା ପଦକ୍ଷେପ,ପ୍ରବାସୀ ଶ୍ରମିକଙ୍କ ଅବସ୍ଥା, ଶ୍ରମ ଆଇନ କାର୍ଯ୍ୟକାରୀ ନହେବା, ଅର୍ଥନୈତିକ ପ୍ୟାକେଜ ଉପରେ ଏହି ବୈଠକରେ ଆାଲୋଚନା କରାଯାଇଥିବା ସୂଚନା ମିଳିଛି।

ତେବେ ବାତ୍ୟା ଅମ୍ପନରେ ହୋଇଥିବା କ୍ଷୟକ୍ଷତି ପାଇଁ ଦୁଃଖ ପ୍ରକାଶ କରିବା ସହିତ ମୃତ ବ୍ୟକ୍ତିଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ଯେଉଁମାନେ ଏଥିରେ ଆହତ ହୋଇଛନ୍ତି ସେମାନଙ୍କୁ ଖୁବ୍‌ଶୀଘ୍ର ସୁସ୍ତ ହୋଇ ଫେରନ୍ତୁ ବୋଲି ରାହୁଲ୍ ଟ୍ୱିଟ୍ କରିଛନ୍ତି।

You might also like