ଅନ୍ୟ ବ୍ୟାଙ୍କ ଏଟିଏମରୁ ଟଙ୍କା ଉଠାଇଲେ ଲାଗିବନି ଟ୍ୟାକ୍ସ
ନୂଆଦିଲ୍ଲୀ: ଏଣିକି ଯେକୌଣସି ବ୍ୟାଙ୍କର ଏଟିଏମରୁ ଟଙ୍କା ଉଠାଇଲେ ଅତିରିକ୍ତ ଟଙ୍କା ଗଣିବାକୁ ପଡ଼ିବନି। ଡେବିଟ୍ କାର୍ଡଧାରୀ ଯେକୌଣସି ବ୍ୟାଙ୍କ ଏଟିଏମ୍ରୁ ବିନା ଶୁଳ୍କରେ ଟଙ୍କା ଉଠାଇପାରିବେ। ଏହା ଆଗାମୀ ୩ ମାସ ଯାଏ ଲାଗୁ ହେବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି।
ଏଥିସହ ବର୍ତ୍ତମାନ ବ୍ୟାଙ୍କ ଆକାଉଣ୍ଟରେ ମିନିମମ୍ ବାଲାନ୍ସ ମେଣ୍ଟେନ୍ କରିବା ପଡ଼ିବନି। କରୋନା ପାଇଁ ଉପୁଜିଥିବା ସ୍ଥିତିର ମୁକାବିଲା କରିବାକୁ କେନ୍ଦ୍ର ଅର୍ଥମନ୍ତ୍ରୀ ଏପରି ଘୋଷଣା କରିଛନ୍ତି।
ବର୍ତ୍ତମାନ ସ୍ଥିତି ସଙ୍ଗିନ ରହିଥିବାରୁ ବାଣିଜ୍ୟ ଓ ରପ୍ତାନୀ ଆଦି କାରବାରର ସୁବିଧା ପାଇଁ କଷ୍ଟମ୍ସ ଡିପାର୍ଟମେଣ୍ଟ ୨୪ ଘଣ୍ଟା କାମ କରିବେ।
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ଆହୁରି ମଧ୍ୟ ଘୋଷଣା କରିଛନ୍ତି, ଉଭୟ ଇନ୍କମ୍ ଟ୍ୟାକ୍ସ ଫାଇଲିଂ ଏବଂ ଆଧାର-ପାନ୍ ଲିଙ୍କ ଅବଧି ଆସନ୍ତା ଜୁନ୍ ୩୦ ଯାଏ ବୃଦ୍ଧି କରାଯାଇଛି। ଳମ୍ବିତ ଫାଇଲିଂ ପାଇଁ ପୂର୍ବରୁ ୧୨% ହାରରେ ଦେୟ ଦେବାକୁ ପଡ଼ୁଥିଲା। ଏବେ ଏହା ୯%ରେ ଦେବାକୁ ହେବ।