ମୋଦିଙ୍କ ୪୭ ତମ ମନ୍ କି ବାତ୍

ଏକକ ନିର୍ବାଚନ ସପକ୍ଷରେ ମୋଦିଙ୍କ ମତ

ନୂଆଦିଲ୍ଲୀ : ୪୭ ତମ ମନ୍ କି ବାତ୍‌ରେ ପୁଣି ଥରେ ଏକକ ନିର୍ବାଚନ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ କହିଛନ୍ତି, ଏକା ସାଙ୍ଗରେ ଲୋକସଭା ଓ ବିଧାନସଭା ନିର୍ବାଚନ କରାଇବା ଗଣତନ୍ତ୍ର ପାଇଁ ଶୁଭଙ୍କର।

ଖୋଲା ମଞ୍ଚ, ଖୋଲା ଚର୍ଚ୍ଚା ପାଇଁ ଏହା ବାଟ ଦେଖାଇବ। ଦେଶରେ ଏକକ ନିର୍ବାଚନ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତି ବଡ଼ ଶ୍ରଦ୍ଧାଞ୍ଜଳି ହେବ ବୋଲି କହିଛନ୍ତି ମୋଦି। ମନ୍ କି ବାତ୍‌ରେ କେରଳର ଭୟଙ୍କର ବନ୍ୟା କଥା ମଧ୍ୟ କହିଛନ୍ତି ପ୍ରଧାନମନ୍ତ୍ରୀ। ଏହି ପ୍ରଳୟଙ୍କରୀ ବନ୍ୟାରେ କେରଳର ବହୁତ କ୍ଷତି ହୋଇଛି। ଏହି ବିପଦ ସମୟରେ ପୁରା ଦେଶ କେରଳ ସହିତ କାନ୍ଧକୁ କାନ୍ଧ ମିଳାଇ ଛିଡ଼ା ହୋଇଛି। କେରଳ ପୁଣି ଥରେ ଖୁବ୍ ଶୀଘ୍ର ଉଠିବ ଓ ଖୁବ ଶୀଘ୍ର ଏହାର ପୁନର୍ଗଠନ ହେବ ବୋଲି ମୋଦି ଅାଶା ପ୍ରକାଶ କରିଛନ୍ତି ।

ଏହା ସହିତ ଗୁରୁ ଦିବସ ପାଇଁ ଶିକ୍ଷକଙ୍କୁ ଅାଗୁଅା ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ।

You might also like