ଟେକ୍ସଟାଇଲ୍‌ ଗୋଦାମରେ ନିଆଁ ଲାଗି ୯ ମୃତ

ଅହମ୍ମଦାବାଦ: ଗୁଜୁରାଟର ଅହମ୍ମଦାବାଦ ଠାରେ ଥିବା ଏକ ଟେକ୍ସଟାଇଲ୍‌ ଗୋଦାମରେ ନିଆଁ ଲାଗି ୯ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ହେଲେ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବେଲି କୁହାଯାଉଛି।

ଘଟଣା ମୁତାବକ ଅହମ୍ମଦାବାଦ ପିରାନା ପିପ୍ଲାଜ ରୋଡ୍‌ ସ୍ଥିତ ଏକ ଟେକ୍ସଟାଇଲ ବିଲ୍ଡିଂରେ ନିଆଁ ଲାଗିଥିଲା। ଏହି ବିଲ୍ଡିଂରେ ଏକ ଗୋଦାମ ରହିଥିଲା। ଯେଉଁଥିରେ ନିଆଁ ଲାଗିଯିବା ଫଳରେ ସେଠାରେ କାମ କରୁଥିବା ବ୍ୟକ୍ତି ବାହାରକୁ ବାହାରି ପାରିନଥିଲେ। ତେବେ ଏହି ଗୋଦାମରେ ରହିଥିବା ଏକ ବଏଲର ଫାଟିଯିବା ଫଳରେ ନିଆଁ ଲାଗିଥିବା ଜଣାପଡ଼ିଛି।

ନିଆଁ ଏତେ ଜୋରରେ ବ୍ୟାପିଥିଲା ଯେ ଏହାକୁ ଆୟତ୍ତ କରିବା ପାଇଁ ୨୪ଟି ଦମକଳ ଲାଗିଛି। ଦମକଳ ଅଧିକାରୀଙ୍କ କହିବା ମୁତାବକ ଗୋଦାମରେ ନିଆଁ ଲାଗିବା ଦେଖି ସ୍ଥାନୀୟ ଲୋକ ଖବର ଦେଇଥିଲେ। ଗୋଦାମ ଚାରିପଟେ ନିଆଁ ଧରିଯାଇଥିବା କାରଣରୁ ଭିତରେ ଥିବା ଲୋକ ବାହାରକୁ ଆସି ପାରିନଥିଲେ।

ତେବେ ୧୨ ଜଣଙ୍କୁ ଉଦ୍ଧାର କରି ଡାକ୍ତରଖାନା ପାଠାଯାଇଛି। ସେଠାରେ ପହଞ୍ଚିବା ପରେ ଡାକ୍ତର ୪ଜଣଙ୍କୁ ମୃତ ଘୋଷଣା କରିଥିବାବେଳେ ଚିକିତ୍ସା ଚାଲିଥିବାବେଳେ ଆଉ ୫ ଜଣଙ୍କ ମୃତ୍ୟୁ ହୋଇଛି। ଏହାଛଡ଼ା ଆଉକିଛି ଲେକ ଆହାତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଅଧିକାରୀ କହିଛନ୍ତି।

ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍‌ କରି ଦୁଃଖ ପ୍ରକାଶ କରିଛନ୍ତି।

 

You might also like