• translate
Prangyan Parimita

ସାଓପୋଲୋ : ବ୍ରାଜିଲରେ କରୋନା ତାଣ୍ଡବ । କରୋନା ମହାମାରୀ ଦ୍ୱାରା ସର୍ବାଧିକ ପ୍ରଭାବିତ ଦେଶମାନଙ୍କ ମଧ୍ୟରେ ଆମେରିକା ଏବଂ ଭାରତ ପରେ ଆସେ ବ୍ରାଜିଲର ନାମ । ଏଠାରେ କରୋନାରେ ବର୍ତ୍ତମାନ ସୁଦ୍ଧା ପାଞ୍ଚ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ସେପଟେ ସରକାରଙ୍କୁ ବିରୋଧ କରି ରାସ୍ତାକୁ ଓହ୍ଲାଇଛନ୍ତି ବ୍ରାଜିଲବାସୀ ।

ଶନିବାର ଦିନ ବ୍ରାଜିଲରେ ମୃତ୍ୟୁସଂଖ୍ୟା ପାଞ୍ଚ ଲକ୍ଷ ଅତିକ୍ରମ କରିଛି । ଆଗାମୀ ସମୟରେ ସ୍ଥିତି ଆହୁରି ସାଂଘାତିକ ହୋଇପାରେ ବୋଲି ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି । ଟିକାକରଣରେ ବିଳମ୍ବ ଓ ମାସ୍କ ପରିଧାନ ତଥା ସାମାଜି ଦୂରତ୍ୱ ବଜାୟ ନରଖିଲେ ସ୍ଥିତି ଭୟଙ୍କର ହୋଇପାରେ । ଲାଟିନ ଆମେରିକାରେ ବ୍ରାଜିଲ ହେଉଛି ଦେଶ ଯେଉଁଠାରେ କରୋନାରେ ସର୍ବାଧିକ ମୃତ୍ୟୁ ହୋଇଥିବା ରେକର୍ଡ କରାଯାଇଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରିପୋର୍ଟ ଅନୁସାରେ ଏବେ ସୁଦ୍ଧା ଦେଶରେ ୧୭,୮୮୩,୭୫୦ ଲୋକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି  ଏବଂ ମୋଟ ୫୦୦,୮୦୦ ଲୋକଙ୍କ ଜୀବନ ନେଇଛି ମହାମାରୀ । କରୋନାର ନୂଆ ଭାରିଏଣ୍ଟ ଚାରିଆଡ଼େ କୋକୁଆ ଭୟ ସୃଷ୍ଟି କରିଥିବା ବେଳେ ଟିକାକରଣ କାର୍ଯ୍ୟକ୍ରମକୁ ତ୍ୱାରାନ୍ୱିତ କରିବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ । ଟିକାକରଣରେ ବିଳମ୍ବ ହେଲେ ସ୍ଥିତି ଭୟାବହ ହେବ । ବର୍ତ୍ତମାନ ପର୍ଯ୍ୟନ୍ତ ବ୍ରାଜିଲର ମାତ୍ର ୧୧ ପ୍ରତିଶତ ଲୋକଙ୍କୁ ଦୁଇ ଡୋଜ୍ ଟିକା ଦିଆଯାଇଛି।

ଟିକାକରଣର ପ୍ରଭାବ ପଡ଼ିବା ପୂର୍ବରୁ ମୃତ୍ୟୁ ସଂଖ୍ୟା ୭ରୁ ୮ ଲକ୍ଷ ଟପି ସାରିଥିବ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ବ୍ରାଜିଲର ସ୍ୱାସ୍ଥ୍ୟ ନିୟାମକ ଏନଭିସା ମୁଖ୍ୟ । କରୋନା ପରିସ୍ଥିତିର ମୁକାବିଲା ପାଇଁ ନିଆ ଯାଇଥିବା ନିଷ୍ପତ୍ତି ଲାଗି ରାଷ୍ଟ୍ରପତି ଜାୟର ବୋଲସନାରୋଙ୍କୁ ସେ ନିନ୍ଦା କରିଛନ୍ତି । ମାସ୍କ, ସାମାଜିକ ଦୂରତ୍ୱ , ଲକଡାଉନ୍ ଏବଂ ଟିକାକରଣରେ ହେଳା ପାଇଁ ନେଇ ସେ ସରକାରଙ୍କୁ ନିନ୍ଦା କରିଛନ୍ତି।

Other Stories