ଏଠି ମୃତ୍ୟୁ ଦଣ୍ଡ ଫାଶି ନୁହେଁ ଇଞ୍ଜେକ୍ସନ

ନୂଆଦିଲ୍ଲୀ: ମଥୁରା ଜେଲ୍‌ରେ ଥିବା ଶବନମ୍‌ଙ୍କୁ ମିଳିବ ଫାଶୀ। ସ୍ୱାଧୀନ ଭାରତର ପ୍ରଥମ ମହିଳା ଶବନମ  ତାଙ୍କ ଅପରାଧ ପାଇଁ ମୃତ୍ୟୁ ଦଣ୍ଡ ପାଇବେ। ଚଳିତ ମାସ ଶେଷ କିମ୍ବା ଆସନ୍ତା ମାସ ଆରମ୍ଭରେ ଫାଶୀ ଖୁଣ୍ଡରେ ଝୁଲି ପାରନ୍ତି ଶବନମ୍‌। ଭାରତରେ ଦୀର୍ଘବର୍ଷ ଧରି ମୃତ୍ୟୁ ଦଣ୍ଡ ପାଇଥିବା ବ୍ୟକ୍ତିଙ୍କୁ ଫାଶୀ ଖୁଣ୍ଟରେ ହିଁ ଝୁଲାଇ ଦିଆଯାଉଛି। ଅବଶ୍ୟ ଦେଶରେ ଫାଶୀର ଅନ୍ୟ ବିକଳ୍ପ ଉପରେ ଚର୍ଚ୍ଚା ହୋଇଥିଲା। କିନ୍ତୁ ବିଚାରବିମର୍ଷ ପରେ ଫାଶୀକୁ ଅଧିକ ବିଜ୍ଞାନ ସମ୍ମତ ବୋଲି କୁହାଯାଇଥିଲା। ହେଲେ ବିଶ୍ୱର ଅଧିକାଂଶ ଦେଶରେ ମୃତ୍ୟୁଦଣ୍ଡ ଇଞ୍ଜେକ୍ସନ ମାଧ୍ୟମରେ ଦିଆଯାଉଛି। ଆମେରିକାରେ ଜଣେ ମହିଳାଙ୍କୁ ଚଳିତବର୍ଷ ଜାନୁଆରୀ ୧୩ ତାରିଖରେ ମୃତ୍ୟୁ ଦଣ୍ଡ ମିଳିଥିଲା। ତାଙ୍କୁ ଫାଶୀ ନୁହେଁ, ଇଞ୍ଜେକ୍ସନ ଦିଆଯାଇଥିଲା।

ଏହି ବିଷ ଇଞ୍ଜେକ୍ସନ ଦେବାର କିଛି ମିନିଟ୍‌ ପରେ ଅପରାଧୀ ଅଚେତ ହୋଇଯାଏ। ପରେ ତାହାର ମୃତ୍ୟୁ ଘଟେ। ତେବେ ଏହି ଇଞ୍ଜେକ୍ସନ କେମିତି ଓ କିପରି କାମ କରିଥାଏ, ଆସନ୍ତୁ ଜାଣିବା।

ଏହି ଇଞ୍ଜେକ୍ସନକୁ ଲିଥଲ ଇଞ୍ଜେକ୍ସନ କୁହାଯାଇଥାଏ। ଇଞ୍ଜେକ୍ସନ ନେବା ପରେ ବ୍ୟକ୍ତିର ଶାନ୍ତମୃତ୍ୟୁ ହୋଇଯାଏ। ଏହାର ଉଦ୍ଦେଶ୍ୟ  ହେଉଛି, କୌଣସି ବ୍ୟକ୍ତିକୁ ତୁରନ୍ତ ମୃତ୍ୟୁ ମୁହଁକୁ ଠେଲି ଦେବା। ଆମେରିକାରେ ଏବେ ମୃତ୍ୟୁ ଦଣ୍ଡ ଲିଥଲ ଇଞ୍ଜେକ୍ସନ ମାଧ୍ୟମରେ ଦିଆଯାଉଛି।

ଏହି ଇଞ୍ଜେକ୍ସନ ଦୁଇ ବା ଦୁଇରୁ ଅଧିକ ଔଷଧକୁ ମିଶାଇ ତିଆରି କରାଯାଇଥାଏ। ଏହାର ପ୍ରୟୋଗ ସେହି ଲୋକଙ୍କ ଉପରେ କରାଯାଇଥାଏ ଯାହାକୁ ଦେଶର ଆଇନ ଅନୁସାରେ ମୃତ୍ୟୁ ଦଣ୍ଡ ଶୁଣାଇ ଦିଆଯାଇଥାଏ। ଏବେ ଅନେକ ଦେଶରେ ମୃତ୍ୟୁ ଦଣ୍ଡ ଇଞ୍ଜେକ୍ସନ ମାଧ୍ୟମରେ ହିଁ ଦିଆଯାଉଛି। ଇଞ୍ଜେକ୍ସନ ନେବା ପରେ ବ୍ୟକ୍ତି ପ୍ରଥମେ ଅଚେତ ହୋଇଯିବ। ପରେ ନିଃଶ୍ୱାସ ପ୍ରଶ୍ୱାସ ବନ୍ଦ ହୋଇଯିବ। ତା’ ପରେ ମୃତ୍ୟୁ ଘଟିବ।

୧୮୯୦ ପର୍ଯ୍ୟନ୍ତ ଆମେରିକାରେ ମୃତ୍ୟୁ ଦଣ୍ଡ ପାଇଥିବା ବ୍ୟକ୍ତିଙ୍କୁ ଫାଶୀ ଦିଆଯାଉଥିଲା।  ୧୯୮୨ ରେ ଲିଥଲ ଇଞ୍ଜେକ୍ସନ ଦ୍ୱାରା ପ୍ରଥମ ମୃତ୍ୟୁ ଦଣ୍ଡ ଦିଆଯାଇଥିଲା ଟେକ୍ସାସ୍‌ ରାଜ୍ୟରେ। ଏହା ପରେ ପୁରା ଆମେରିକାରେ ଏହି ଇଞ୍ଜେକ୍ସନକୁ ମୃତ୍ୟୁ ଦଣ୍ଡ ପାଇଁ ବ୍ୟବହାର କରାଗଲା। କେତେକ ଦେଶରେ ମୃତ୍ୟୁ ଦଣ୍ଡ ପାଇବାକୁ ଥିବା ବ୍ୟକ୍ତିଙ୍କୁ ମୃତ୍ୟୁର ମାଧ୍ୟମ ବାଛିବାର ଅଧିକାର ଦିଆଯାଉଛି। ତେବେ ଅଧିକ ଅପରାଧି ଲିଥଲ ଇଞ୍ଜେକ୍ସନକୁ ବାଛୁଥିବା ଜଣାଯାଇଛି। ତେବେ ଲିଥଲ ଇଞ୍ଜେକ୍ସନ ପାଇଁ ଔଷଧ ଏବଂ ଡୋଜ୍‌ର ମିଶ୍ରଣକୁ ନେଇ କୌଣସି ଅସହମତି ଜାରି ରହିଛି।

ଲିଥଲ ଇଞ୍ଜେକ୍ସନର ଅର୍ଥ ହେଉଛି ଏଥିରୁ କେହି ବଞ୍ଚି ପାରିବେ ନାହିଁ। ମୃତ୍ୟୁ ଦଣ୍ଡ ଦେବା ପାଇଁ ପ୍ରଥମେ ଏହାକୁ ଆମେରିକା ପ୍ରସ୍ତୁତ କରିଥିଲା । ଏବେ ଚୀନ, ଥାଇଲାଣ୍ଡ, ତାଇବାନ, ମାଲଦୀପ ଏବଂ ଭିଏତନାମ୍‌ରେ ଏହି ଇଞ୍ଜେକ୍ସନକୁ ଆଇନ ସମ୍ମତ ମାଧ୍ୟମ ଭାବେ ବ୍ୟବହାର କରାଯାଉଛି। ତେବେ ଇତି ମଧ୍ୟରେ ଏହି ଦେଶ ମଧ୍ୟରୁ କେତେକ ଦେଶରେ ମୃତ୍ୟୁ ଦଣ୍ଡ ଉଠିଗଲାଣି।

ଇଞ୍ଜେକ୍ସନ ମାଧ୍ୟମକୁ କମ୍‌ ଅମାନବୀୟ ଭାବେ ବିଚାର କରାଯାଉଛି। ଜାନୁଆରୀ ୧୭ ୧୮୮୮ ମସିହାରେ ଜଣେ ଆମେରିକୀୟ ଡାକ୍ତର ଜୁଲିୟସ ମାଉଣ୍ଟ ବ୍ଲେୟର ଦେଇଥିଲେ। କାରଣ ଫାଶୀ ପାଇଁ ହେଉଥିବା ଖର୍ଚ୍ଚ ତୁଳନାରେ ଏଥିରେ କମ୍‌ ଖର୍ଚ୍ଚ ହୋଇଥାଏ।ତେବେ ନାଜିମାନେ ଏହାକୁ ପ୍ରଥମେ ବିକଶିତ କରିଥିଲେ। ବ୍ରିଟିଶ ରୟାଲ କମିଶନ ଅନ କ୍ୟାପିଟାଲ ପନିସମେଣ୍ଟ (୧୯୪୯-୫୩) ଲିଥଲ ଇଞ୍ଜେକ୍ସନକୁ ବ୍ୟବହାର କରିଥିଲେ। ପରେ ବ୍ରିଟିଶ ମେଡିକାଲ ଆସୋସିଏସନ ଚାପରେ ଏହାକୁ ଖାରଜ କରି ଦିଆଯାଇଥିଲା।

ଇଞ୍ଜେକ୍ସନରେ କ’ଣ ରହିଛି ?

ଲିଥଲ ଇଞ୍ଜେକ୍ସନରେ ତିନୋଟି ଔଷଧକୁ ଏକଠି କରି ଦିଆଯାଇଥାଏ। ଗୋଟିଏ ଔଷଧ ସୋଡ଼ିୟମ ଥିଓପେଣ୍ଟାଲ ଅଚେତ କରିବା ପାଇଁ, ଅନ୍ୟଗୋଟିଏ ଔଷଧ ମାଂସାପେଶୀକୁ ପାରାଲିସସ୍‌ କରିବା ପାଇଁ ଏବଂ ଅନ୍ୟଟି ନିଃଶ୍ୱାସକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ। ଏଥିରେ ପ୍ରତ୍ୟେକ ଔଷଧର ଡୋଜ ଏପରି ଦିଆଯାଇଥାଏ ଯେମିତି ବ୍ୟକ୍ତିର କମ୍‌ ସମୟ ମଧ୍ୟରେ ମୃତ୍ୟୁ ଘଟିବ। ଇଞ୍ଜେକ୍ସନ ନେବାର ୧୦ ମିନିଟରୁ କମ୍‌ ସମୟ ଭିତରେ ରୋଗୀର ମୃତ୍ୟୁ ଘଟିଥାଏ।

You might also like