ପୋଲିସର ମାନବିକତା : କୋଭିଡ୍‌ରେ ମୃତ ମାଓନେତାଙ୍କ କଲେ ଶବଦାହ

ନୂଆଦିଲ୍ଲୀ : ମାନବିକତା ଦେଖାଇଲା ଛତିଶଗଡ଼ ବିଜାପୁର ପୋଲିସ। କରୋନା ଯୋଗୁଁ ପରିବାର ଲୋକ ଶବ ଦାହ ନ କରିବାକୁ ହାତ ଟେକିଦେଲେ। ଏତିକିବେଳେ ଛତିଶଗଡ଼ ପୋଲିସ ତା’ର ମାନବିକତା ଦେଖାଇ କୋଭିଡ କଟକଣା ମାନି ମାଓ କମାଣ୍ଡର ମୃତ ଦେହକୁ ସଂସ୍କାର କରିଛି। ଶୁକ୍ରବାର ମାଓ କମାଣ୍ଡର ଆଇତୁ କୋରସାର ତେଲେଙ୍ଗାନାର ଏକ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ସେ ସିପିଆଇଏମ୍‌ର ଜଣେ ବରିଷ୍ଠ କମାଣ୍ଡର ଥିଲେ। ଏହାପରେ ଆଇତୁର ମୃତଦେହକୁ ବିଜାପୁର ପୋଲିସକୁ ହସ୍ତାନ୍ତର କରାଯାଇଥିଲା । ତେବେ ସଂସ୍କାର ପାଇଁ ପରିବାର ଲୋକ ଓ ନିକଟ ସମ୍ପର୍କୀୟଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କେହି ଆସି ନ ଥିଲେ। ଶେଷରେ ବିଜାପୁର ପୋଲିସ ଶବ ଦାହ କରିଥିଲେ। ଯେତେବେଳେ ମାଓ ସଂଗଠନ ପୋଲିସ ଜୀବନ ନେବାକୁ ପଛାଉ ନାହିଁ, ସେତେବେଳେ ପୋଲିସ ମାଓ ନେତାଙ୍କ ଶବ ଦାହ କରିଥିବାରୁ ସ୍ଥାନୀୟ ଲୋକେ ଖୁବ୍ ପ୍ରଶଂସା କରିଛନ୍ତି।

ପୋଲିସ ଅଧୀକ୍ଷକ (ଏସପି) ଏଲ୍. ଧ୍ରୁବ କହିଛନ୍ତି, ” ଆଇତୁର ମୃତ୍ୟୁ ଗୁରୁବାର ତେଲେଙ୍ଗାନାର ଏକ ଘରୋଇ ଡାକ୍ତରଖାନାରେ କରୋନା କାରଣରୁ ହୋଇଥିଲା। ତେଲେଙ୍ଗାନା ପୋଲିସ ବିଜାପୁର ଓ ସୁକମା ପୋଲିସକୁ ଏ ବିଷୟରେ ଜଣାଇଥିଲା। ଏହା ପରେ ବିଜାପୁର ନିବାସୀ ଆଇତୁର ପରିବାର ସଦସ୍ୟଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିଲା। କିନ୍ତୁ, ପରିବାର ଲୋକ ଶବ ନେବାକୁ ଅକ୍ଷମତା ପ୍ରକାଶ କରିଥିଲେ, ଯାହା ପରେ କୋଭିଡ୍ ନିୟମ ଅନୁଯାୟୀ ପରିବାର ଆଗରେ ଶବଦାହ କରାଯାଇଥିଲା।

ସୂଚନାଯୋଗ୍ୟ, ଗୁରୁବାର ତେଲେଙ୍ଗାନାର କୋଟାଗୁଦାମ ଜିଲ୍ଲାରେ ତିନିଜଣ ନକ୍ସଲଙ୍କୁ ଗିରଫ କରାଯାଇଥିଲା। ଏମାନଙ୍କ ମଧ୍ୟରୁଅ ଜଣେ ନକ୍ସଲ କମାଣ୍ଡରମାନଙ୍କ ମଧ୍ୟରୁ ଜଣେ ଡାକ୍ତରଖାନାରେ କରୋନା ସଂକ୍ରମଣରେ ମୃତ୍ୟୁ ବରଣ କରିଥିଲେ। ଏହା ସହିତ ଅନ୍ୟଜଣେ ନକ୍ସଲ ଏହାର ସଂପର୍କରେ ଆସିଥିବା ହେତୁ ସଂକ୍ରମିତ ହୋଇଥିବା ଜଣାଯାଇଛି।

You might also like