୧୩ ଦିନିଆ ବିଚାର ବିଭାଗୀୟ ହାଜତରେ ଅଭିଯୁକ୍ତ ପ୍ରଶିକ୍ଷକ

ତାମିଲନାଡୁ  : ତାମିଲନାଡୁ କୋଇମ୍ବାଟୁରର ମକ୍‌ଡ୍ରିଲ୍ ବେଳେ ଛାତ୍ରୀ ମୃତ୍ୟୁ ଘଟଣାରେ ଗିରଫ ପ୍ରଶିକ୍ଷକଙ୍କୁ ୧୩ଦିନିଆ ବିଚାର ବିଭାଗ ହାଜତକୁ ନିଆଯାଇଛି। ଗତକାଲି କୋଏମ୍ବାଟୁରର କଲାଇ ମଗଲ୍ କଲେଜ୍‌ରେ ମକ୍‌ଡ୍ରିଲ୍ ଚାଲିଥିବା ବେଳେ ଦ୍ୱିତୀୟ ମହଲା ସନ୍‌ସେଡ୍‌ରୁ ଖସି ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଥିଲା।

ମୃତଛାତ୍ରୀ ଜଣକ ହେଲେ ବିବିଏ ଦ୍ୱିତୀୟ ବର୍ଷର ଛାତ୍ରୀ ଲୋକେଶ୍ୱରୀ। କଲେଜ ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁସାରେ, ଲୋକେଶ୍ୱରୀ ଛାତରୁ ଡେଇଁବାକୁ ରାଜି ହେଉନଥିବାରୁ ପ୍ରଶିକ୍ଷକ ଜଣକ ତାଙ୍କୁ ତଳକୁ ଠେଲି ଦେବା ଫଳରେ ତାଙ୍କ ମୁଣ୍ଡ ପ୍ରଥମ ମହଲା ସନ୍‌ସେଡ୍‌ରେ ମାଡ଼ ହୋଇଥିଲା ଏବଂ ଗୁରୁତର ଅବସ୍ଥାରେ ଡାକ୍ତରଖାନା ନେବା ବେଳେ ତାଙ୍କର  ମୃତ୍ୟୁ ଘଟିଥିଲା।

ଏହି ଘଟଣା ସମ୍ପର୍କରେ ଥାନାରେ ଛାତ୍ରୀଙ୍କ ଅଭିଭାବକ ଲିଖିତ ଅଭିଯୋଗ କରିବା ପରେ ପୋଲିସ ସମ୍ପୃକ୍ତ ପ୍ରଶିକ୍ଷକ ଅରୁମୁଗମଙ୍କୁ ଗତକାଲି  ଗିରଫ କରାଯାଇଥିଲା।

 

You might also like