ପ୍ରବଳ ଝଡ଼ତୋଫାନ୍ ଓ ବଜ୍ରପାତ ଯୋଗୁ ୩ ରାଜ୍ୟରେ ୩୩ ମୃତ

ନୂଆଦିଲ୍ଲୀ: ଗତକାଲି ଦେଶର ୩ଟି ରାଜ୍ୟରେ ପ୍ରବଳ ବର୍ଷା, ଝଡ଼ ତୋଫାନ, ଧୂଳିଝଡ଼, ବଜ୍ରପାତ ଓ କୂଆପଥର ମାଡ଼ରେ ୩୩ଜଣଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ ଗୁଜରାଟ୍‌ରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ମଧ୍ୟପ୍ରଦେଶର ୧୩ ଓ ରାଜସ୍ଥାନରେ ୯ ଜଣଙ୍କ ମୃତ୍ୟୁ ହୋଇଛି।

ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଓ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏ ସହାୟତା ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି।

୩ଟି ରାଜ୍ୟରେ ଝଡ଼ତୋଫାନ ସାଙ୍ଗକୁ ପ୍ରବଳ ଧୂଳି ଝଡ଼ରେ ବ୍ୟାପକ କ୍ଷତି ହୋଇଛି। ଆଜି ହିମାଚଳପ୍ରଦେଶ ସହିତ ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ପୁଣି ଝଡ଼ତୋଫାନ ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି।

You might also like