ଶବ ସତ୍କାର ପୂର୍ବରୁ ଉଠି ବସିଲା ୧୨ ବର୍ଷର ଝିଅ, କଥା କହିଲା ଆଉ ତା’ ପରେ…
ଜାକର୍ତା: ଇଣ୍ଡୋନେସିଆର ଇଷ୍ଟ ଜାଭାରେ ଘଟିଛି ଏକ ଅଜବ ଘଟଣା ଯାହା ସ୍ଥାନୀୟ ମିଡିଆରେ ପ୍ରମୁଖ ଖବରର ସ୍ଥାନ ପାଇଛି। ଆପଣ ଶୁଣିଲେ ବି ଆଶ୍ଚର୍ଯ୍ୟ ହୋଇଯିବେ। ୧୨ ବର୍ଷର ଏକ ଝିଅର କୌଣସି କାରଣରୁ ମୃତ୍ୟୁ ଘଟିଥିଲା। ତେବେ ଆଶ୍ଚର୍ଯ୍ୟର କଥା, ସତ୍କାର ପୂର୍ବରୁ ଯେତେବେଳେ ଶିଶୁର ମା’ ଶବକୁ ଧୋଇଦେଲେ ଅଚାନକ ଝିଅଟି ଉଠି ବସିଲା ଏବଂ କଥା କହିବାକୁ ଲାଗିଲା। ଘର ଲୋକଙ୍କ ଖୁସି କହିଲେ ନ ସରେ। ହେଲେ ଏହି ଖୁସି ତାଙ୍କର ବେଶି ସମୟ ରହି ନ ଥିଲା। ପ୍ରାୟ ୧ ଘଣ୍ଟା ପରେ ପିଲାଟି ସବୁଦିନ ପାଇଁ ଆଖି ବୁଜି ଦେଇଥିଲା।
ମୃତ ଶିଶୁକନ୍ୟାର ମା’ଙ୍କ କହିବା ଅନୁଯାୟୀ, ଝିଅଟିର ଶରୀର ଥଣ୍ଡା ପଡ଼ି ଯାଇଥିଲା। କିନ୍ତୁ ହଠାତ ତାର ହୃଦସ୍ପନ୍ଦନ ଚାଲିବାକୁ ଲାଗିଲା ଏବଂ ଶରୀର ଗରମ ହୋଇଗଲା। ଝିଅଟି ବଞ୍ଚିଥିବା ଦେଖି ପରିବାର ଲୋକେ ଡାକ୍ତରଙ୍କୁ ଡାକିଥିଲେ। ଡାକ୍ତର ଝିଅକୁ ଅକ୍ସିଜେନ ଦେବାକୁ ଚେଷ୍ଟା କରିଥିଲେ। କିନ୍ତୁ ବଞ୍ଚାଇ ପାରିଲେ ନାହିଁ।
ଝିଅଟିର ନାଁ ସୀତି ମାସଫୁଫାହ। ଅଗଷ୍ଟ ୧୮ ତାରିଖ ସନ୍ଧ୍ୟା ୬ଟାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଡାକ୍ତରଙ୍କ କହିବା ଅନୁଯାୟୀ, ଝିଅଟି କ୍ରୋନିକ ଡାଇବେଟିସ ସମସ୍ୟା ଥିଲା। ଏହାର ପ୍ରଭାବରେ ତାହାର ଅଙ୍ଗ କାମ କରୁ ନ ଥିଲା। ଘଟଣା ଦିନ ସନ୍ଧ୍ୟା ୭ଟାରେ ମୃତ ଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।
ଏ ସମ୍ପର୍କରେ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି, ଶବ ହସ୍ତାନ୍ତରର ପ୍ରାୟ ୧ ଘଣ୍ଟା ପରେ ଫୋନ ଆସିଥିଲା ଯେ, ଝିଅଟି ବଞ୍ଚିଛି। ସେ ଏବେ ଉଠି ବସିଛି। ଝିଅଟିର ହୃଦ୍ସ୍ପନ୍ଦନ ବନ୍ଦ ହୋଇ ଯାଇଥିଲା। ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତେବେ ଏପରି ମୃତ ବ୍ୟକ୍ତି ବଞ୍ଚି ଉଠିବା କେବେ ଶୁଣା ଯାଇ ନ ଥିଲା। ୨୦୦୭ରେ ଏପରି ଏକ ଘଟଣା ଜର୍ଣ୍ଣାଲ ଅଫ ରୟାଲ ସୋସାଇଟି ଅଫ ମେଡିସିନରେ ପ୍ରକାଶ ପାଇଥିଲା। ଏଥିରେ ମୃତ୍ୟୁର ୧୦ ମିନିଟ ଭିତରେ ହୃଦସ୍ପନ୍ଦନ ଫେରିଥିଲା ବୋଲି ଡାକ୍ତର କହିଛନ୍ତି।
ଝିଅର ବାପାଙ୍କ କହିବା ଅନୁଯାୟୀ, ଝିଅର ମୃତ ଶରୀରକୁ ଯେତେବେଳେ ଧୋଇ ଦିଆଗଲା ସେତେବେଳେ ତାହାର ଶରୀର ଗରମ ହୋଇଯାଇଥିଲା। ତାପରେ ପରେ ଛାତି ବି ଧକ୍ଧକ ହେବାକୁ ଲାଗିଲା। ସମସ୍ତେ ତ ପ୍ରଥମେ ଡରିଗଲେ। କିଛି ସମୟ ପରେ ଝିଅଟି ମା’କୁ କିଛି କହିବାକୁ ଲାଗିଲା। ଏହାପରେ ପୁଣି ସେ ପଡିଗଲା। ସେମାନେ ଡାକ୍ତରଙ୍କୁ ଡାକିଥିଲେ। ଝିଅଟି ପ୍ରାୟ ୧ ଘଣ୍ଟା ଧରି ବଞ୍ଚି ରହିଲା। କିନ୍ତୁ ତା’ ପରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।
Dead girl, 12, ‘wakes up’ while family clean her body for burial in Indonesia https://t.co/xFdxRcwujg
— Daily Mail Online (@MailOnline) August 25, 2020