ଦୀପାବଳୀ ସୁଦ୍ଧା ୬୦ ହଜାରରେ ପହଞ୍ଚିବ ୧୦ ଗ୍ରାମ ସୁନାର ଦର?

ବଢୁଛି ସୁନା ଓ ରୂପା ଦର

ନୂଆଦିଲ୍ଲୀ: କିଛି ଦିନ କମିଲା, ଏବେ ପୁଣି ବଢିଲା। ମହାମାରୀ ସମୟରେ ପୁଣି ଥରେ ବଢିବାରେ ଲାଗିଲାଣି ସୁନା ଓ ରୂପାର ଦର। ଚଳିତ ସପ୍ତାହରେ  ସୁନା ୬୯୩ ଟଙ୍କା ମହଙ୍ଗା ହୋଇ ୪୭,୪୮୪ ଟଙ୍କାରେ ପହଞ୍ଚିଛି। ଅନ୍ୟପକ୍ଷରେ, ରୁପା ଦର ୩,୦୩୫ ଟଙ୍କା ମହଙ୍ଗା ହୋଇ ୭୦,୮୩୫ ଟଙ୍କାରେ ପହଞ୍ଚିଛି। ଯାହାକୁ ନେଇ ଚିନ୍ତାରେ ଅଛନ୍ତି ଗ୍ରାହକ। କାରଣ ସୁନା କମିବା ପରେ ସାମାନ୍ୟ ଆଶ୍ୱସ୍ତି ହୋଇଥିଲେ ଗ୍ରାହକ ହେଲେ ସେହି ଆଶ୍ୱସ୍ତିର ଅବଧି ବହୁ କମ ସମୟ ପର୍ଯ୍ୟନ୍ତ ରହିଥିଲା। ଆଶ୍ଚର୍ଯ୍ୟର କଥା ହେଲା, ସୁନା ଅପେକ୍ଷା ରୂପାର ଦର ଅଧିକ ମାତ୍ରାରେ ବଢୁଛି। ଏପ୍ରିଲରେ ୧୦ ଗ୍ରାମ ପିଛା ସୁନା ଦର ୨,୬୦୧ ଟଙ୍କା ବୃଦ୍ଧି ପାଇ ୪୬,୭୪୩ ଟଙ୍କାରେ ପହଞ୍ଚିଥିଲା ।

ମାର୍ଚ୍ଚ ୩୧ରେ ଏହା ୪୪,୧୯୦ ଟଙ୍କା ଥିଲା । ଅନ୍ୟପକ୍ଷରେ, ଏପ୍ରିଲରେ ରୁପା ୪,୯୬୮ ଟଙ୍କା ମହଙ୍ଗା ହୋଇଥିଲା । ମାର୍ଚ୍ଚରେ ୩୧ରେ କିଲୋଗ୍ରାମ ପିଛା ଏହା ୬୨,୮୬୨ ଟଙ୍କା ଥିଲା, ଯାହା ଏପ୍ରିଲରେ ୬୭,୮୦୦ ଟଙ୍କାରେ ପହଞ୍ଚି ଯାଇଥିଲ। ବର୍ତ୍ତମାନ ସମୟରେ ଦେଶର ଅନେକ ରାଜ୍ୟରେ ଲକଡାଉନ୍‌ ଲାଗିବା ସହ ବିବାହଭଳି କାର୍ଯ୍ୟକ୍ରମ ସେତେଟା ଦୃଶ୍ୟମାନ ହେଉନାହିଁ। କିନ୍ତୁ ଦେଶରେ ସୁନା ଓ ରୂପାର ଦର ହୁ ହୁ ହୋଇ ବଢିବାରେ ଲାଗିଛି। ଯଦି ଏପରି ଭାବରେ ଦର ବଢିବ ତେବେ ଆସନ୍ତା ଦୀପାବଳି ସୁଦ୍ଧା ସୁନା ଓ ରୂପାର ଦର ୬୦ ହଜାର ଟଙ୍କାରେ ପହଞ୍ଚିପାରେ ବୋଲି ଚର୍ଚ୍ଚା ଜୋର ଧରିଛି।

 

You might also like