ଟିକା ନେଇଥିବା ମନ୍ତ୍ରୀଙ୍କୁ କରୋନା

ଚଣ୍ଡୀଗଡ଼: ହରିୟାଣା ସ୍ୱାସ୍ଥ୍ୟ ମନ୍ତ୍ରୀ ଅନୀଲ ଭିଜ୍ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ସେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ତାଙ୍କ ସହ ଯୋଗାଯୋଗରେ ଆସିଥିବା ଲୋକଙ୍କୁ କରୋନା ଟେଷ୍ଟ୍‌ କରାଇ ନେବାକୁ ସେ ପରାମର୍ଶ ଦେଇଛନ୍ତି।

ସୂଚନାଥାଉ କି, ନଭେମ୍ବର ୨୦ରେ ଅମ୍ବାଲାର ଏକ ହସ୍ପିଟାଲ୍‌ରେ ସ୍ୱେଚ୍ଛାକୃତ ଭାବେ ସେ କୋଭାକ୍ସିନର ଏକ ଡୋଜ୍‌ ନେଇଥିଲେ। କୋଭାକ୍ସିନର ୩ୟ ପର୍ଯ୍ୟାୟ ଟ୍ରାଏଲରେ ସେ ଏହି ଟିକା ନେଇଥିଲେ। ତେବେ କିଛି ଦିନ ପରେ ସେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।

You might also like