ଆଜି ଅନଶନରେ ବସିବେ ଆନ୍ଦୋଳନରତ ଚାଷୀ

ନୂଆଦିଲ୍ଲୀ: କେନ୍ଦ୍ରର ନୂଆ କୃଷି ଆଇନ ପ୍ରତିବାଦରେ ଆଜି ଅନଶନରେ ବସିବେ ଆନ୍ଦୋଳନରତ ଚାଷୀ। ସକାଳ ୮ଟାରୁ ସଂଧ୍ୟା ୫ଟା ଯାଏ ଉପାସ ରହି ଅନଶନ କରିବ।  ଆନ୍ଦୋଳନରେ ରାଜସ୍ଥାନର କୃଷକ ସାମିଲ ହୋଇଛନ୍ତି । ଶହ ଶହ କୃଷକ ଟ୍ରାକ୍ଟରରେ ରାଲି କରି ଦିଲ୍ଲୀ-ଜୟପୁର ରାଜପଥରେ ପହଞ୍ଚିଛନ୍ତି । ଏହାକୁ ଦୃଷ୍ଟିରେ ରଖି ରାଜସ୍ଥାନ-ହରିଆଣା ସୀମାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

ଏହାସହ ଦେଶବ୍ୟାପୀ ପ୍ରତ୍ୟେକ ଜିଲ୍ଲା ହେଡକ୍ୱାର୍ଟରରେ ଚାଷୀମାନେ ଧାରଣା ଦେବେ । ଏହା ପୂର୍ବରୁ ଚାଷୀ ଆନ୍ଦୋଳନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଭାରତୀୟ କିଶାନ ୟୁନିଅନ(ଭାନୁ)ରେ ଫାଟ ଦେଖାଦେଇଛି । ସଂଗଠନର ମୁଖ୍ୟ ଠାକୁର ଭାନୁ ପ୍ରତାପ ସିଂ ଜାତୀୟ ରାଜପଥ ଅବରୋଧରୁ ହଟିଯିବା ଲାଗି ନିଷ୍ପତ୍ତି ନେଇଛନ୍ତି ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସହ ଆଲୋଚନା ପରେ ସେ ରାଜପଥ ଅବରୋଧରୁ ହଟିଥିଲେ । ହେଲେ ତାଙ୍କର ଅନ୍ୟ ସହଯୋଗୀ ଏହାକୁ ବିରୋଧ କରିବା ସହ ଭାନୁଙ୍କୁ ଗଦ୍ଦାର ବୋଲି ଆଖ୍ୟା ଦେଇଛନ୍ତି । ଏହାସହ ମୃତ୍ୟୁ ଯାଏ ରାସ୍ତା ଉପରେ ଅନଶନରେ ବସିବେ ବୋଲି ସଂଗଠନର ଉତ୍ତରପ୍ରଦେଶ ମୁଖ୍ୟ ଯୋଗେଶ ପ୍ରତାପ କହିଛନ୍ତି ।

ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଓ ସୋମ୍ ପ୍ରକାଶ, ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟି ଆଲୋଚନା କରିଛନ୍ତି।

You might also like