ଅଣ୍ଡର ୱାର୍ଲ୍‌ଡ ଡନ୍‌ ଦାଉଦ୍‌ ଓ ପରିବାରକୁ କରୋନା: ସାନ ଭାଇ କହିଲା ସମସ୍ତେ ଭଲ ଅଛନ୍ତି

ଇସ୍‌ଲାମାବାଦ: କରୋନା କବଳରେ ଭାରତର ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ଦାଉଦ ଇବ୍ରାହିମ୍। ଦାଉଦଙ୍କ ସହ ତା ପତ୍ନୀ ମେହଜବିନ ବି ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଉଭୟଙ୍କୁ କରାଚିର ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ସେମାନଙ୍କୁ କଡ଼ା ସୁରକ୍ଷା ଘେରରେ ରଖାଯାଇଛି। ଅନ୍ୟପକ୍ଷରେ ଦାଉଦର ଅନ୍ୟ ସହଯୋଗୀ ଓ ସୁରକ୍ଷା କର୍ମୀଙ୍କୁ କ୍ୱାରେଣ୍ଟିନରେ ରଖାଯାଇଛି।

ଅନୀସ‌ ଇବ୍ରାହିମ୍

ତେବେ ଦାଉଦ୍‌ର କଳା ସାମ୍ରାଜ୍ୟ ସମ୍ଭାଳୁଥିବା ତା ଭାଇ ଅନୀସ‌ ଇବ୍ରାହିମ୍‌ କିନ୍ତୁ ଏହି ଏଭଳି ରିପୋର୍ଟକୁ ଖଣ୍ଡନ କରିଛି। ଖବର ସରବରାହ ସଂସ୍ଥା IANSକୁ ଦେଇଥିବା ଛୋଟ ସାକ୍ଷାତକାର୍‌ରେ ଅନୀସ କହିଛି, କରୋନା ଏକ ଭୟଙ୍କର ମହାମାରୀ । ଏଥିରେ ତା ଭାଇ କି ତାଙ୍କ ପରିବାରରେ କୌଣସି ବ୍ୟକ୍ତି ଆକ୍ରାନ୍ତ ହୋଇ ନାହାନ୍ତି। ସମସ୍ତେ ଘରେ ଅଛନ୍ତି। ଏହି ଛୋଟବାର୍ତ୍ତାଳାପରେ ଅନୀସ ପାକିସ୍ତାନ ଓ ୟୁଏଇରେ ତାଙ୍କ ବ୍ୟବସାୟ ଚାଲୁଥିବା ସ୍ୱୀକାର କରିଛି। ତା ସହିତ  ଟ୍ରାନ୍ସପୋର୍ଟିଂ ବ୍ୟବସାୟ ଚାଲୁଥିବା ସୂଚନା ଦେଇଛି ଅନୀସ।  ତେବେ ବର୍ତ୍ତମାନର ଠିକଣା ପଚାରିବାରୁ ଅନୀସ ନିରବ ରହିଥିଲା।

 

୧୯୯୩ ମୁମ୍ବାଇ ବିସ୍ଫୋରଣର ମାଷ୍ଟରମାଇଣ୍ଡ ଓ ଅଣ୍ଡରୱାଲର୍ଡ ଡନ୍ ଦାଉଦ୍ ଇବ୍ରାହିମ୍ କରାଚିରେ ରହୁଛି। ତେବେ ପାକିସ୍ତାନ ସରକାର ଏହାକୁ ଅସ୍ୱୀକାର କରିଆସୁଛନ୍ତି। ୨୦୦୩ରେ ଦାଉଦକୁ ଭାରତ ଓ ଆମେରିକା ବିଶ୍ୱ ଆତଙ୍କବାଦୀ ଘୋଷଣା କରିଥିଲେ। ସେହିପରି ତାକୁ ଧରାଇ ଦେବା ଲାଗି ୨୫ ମିଲିୟନ ଡଲାରର ପୁରସ୍କାର ରାଶି ଘୋଷଣା କରାଯାଇଛି।

You might also like