କେରଳ ସୁନା ସ୍ମଗଲିଂ ସହ ରହିଛି ଆତଙ୍କୀ ଲିଙ୍କ୍‌-NIA

ଥିରୁଅନନ୍ତପୁରମ‌: କେରଳ ସୁନା ସ୍ମଗଲିଂ ମାମଲାରେ ରହିଛି ଆତଙ୍କୀ ଲିଙ୍କ୍। ମୋଷ୍ଟ ୱାଣ୍ଟେଣ୍ଡ ଆତଙ୍କବାଦୀ ଦାଉଦ୍ ଇବ୍ରାହିମଙ୍କ ସହ ରହିଛି ସୁନା ସ୍ମଗଲିଂରେ ସାମିଲ ଥିବା ଅଭିଯୁକ୍ତଙ୍କ ସମ୍ପର୍କ। ଆଜି ଏନେଇ ସ୍ପେଶାଲ୍ କୋର୍ଟକୁ ଜଣାଇଛି ଜାତୀୟ ତଦନ୍ତକାରୀ ସଂସ୍ଥା-NIA।

ଅଭିଯୁକ୍ତ କେ.ଟି. ରମେଶ ଏବଂ ସରାଫୁଦ୍ଦିନଙ୍କର ସିଧାସଳଖ ଦାଉଦ୍ ସହ ସମ୍ପର୍କ ରହିଛି । ବହୁବାର ଉଭୟେ ଦାଉଦକୁ ଦେଖା କରିଛନ୍ତି। ତାଞ୍ଜାନିଆରେ ଉଭୟଙ୍କ ମଧ୍ୟରେ ବୈଠକ ବି ହୋଇଛି। ଏନେଇ NIA ଆଜି କୋର୍ଟରେ ସବିଶେଷ ତଥ୍ୟ ଦାଖଲ କରିଛନ୍ତି।

ସେଣ୍ଟ୍ରାଲ ଇକୋନୋମିକ୍ ଇଣ୍ଟେଲିଜେନ୍ସ ବ୍ୟୁରୋ (CEIB) ମାମଲା ସମ୍ପର୍କିତ ସମ୍ପୂର୍ଣ୍ଣ ତଥ୍ୟ ଏନ୍ଆଇଏକୁ ଦେଇଥିବା ତଦନ୍ତକାରୀ ସଂସ୍ଥା କୋର୍ଟକୁ କହିଛି। ଏହି ମାମଲାରେ ଇଡି ବି ତଦନ୍ତ କରୁଛି। ଏଥିରେ କେରଳ ମୁଖ୍ୟମନ୍ତ୍ରୀଙ୍କ ପୂର୍ବତନ ପ୍ରମୁଖ ସଚିବ ଏମ୍ ଶିବଶଙ୍କରଙ୍କୁ ୯୦ ଘଣ୍ଟା ଜେରା ହୋଇଛି।

ଗତ ଜୁଲାଇରୁ ଥିରୁଅନନ୍ତପୁରମ୍ ବିମାନ ବନ୍ଦରରୁ ୩୦ କିଲୋ ସୁନା ଜବତ ହୋଇଥିଲା। ଏହି ସୁନାର ଆନୁମାନିକ ମୂଲ୍ୟ ପାଖାପାଖି ୧୫ କୋଟି ଟଙ୍କା ହେବ ବୋଲି ଜଣାପଡ଼ିଥିଲା। କେରଳରୁ ଦୁବାଇକୁ ଏହାକୁ ଚାଲାଣ ବେଳେ ଧରାପଡ଼ିଥିଲେ ସ୍ୱପ୍ନା ସୁରେଶଙ୍କ ସମେତ ୪ ଅଭିଯୁକ୍ତ। ଏହି ମାମଲାର ଖୋଲତାଡ଼ ପରେ ୧୫ରୁ ଅଧିକ ଜଣକୁ ଗିରଫ କରାଯାଇଛି।

ଆହୁରି ପଢ଼ନ୍ତୁ

କରୋନା ଚିକିତ୍ସାରୁ ବାଦ୍ ପଡ଼ିପାରେ ପ୍ଲାଜ୍‌ମା ଥେରାପି

ବଜେପି ଛାଡ଼ିଲେ ବରିଷ୍ଠ ନେତା ଏକନାଥ ଖଡ଼ସେ; କହିଲେ, ଫଡ଼ନାଭିସଙ୍କ ପାଇଁ ଛାଡ଼ିଲି ଦଳ

ଆନ୍ଧ୍ର କନକ ଦୁର୍ଗା ମନ୍ଦିର ନିକଟରେ ଭୂସ୍ଖଳନ: ୪ ଫସି ରହିଥିବା ଆଶଙ୍କା

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବୋନସ୍ ଘୋଷଣା

ମଦ୍ରାସାକୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ ବିଜେପି ସାଂସଦ

କିଛି ଦିନ ତଳେ କମିଥିଲା, ଏବେ ପୁଣି ବଢ଼ିଲା ସୁନା ଦର

୨୩ ଜଣ ବନ୍ଧୁଙ୍କୁ ନେଇ ରେଷ୍ଟୁରାଣ୍ଟରେ ପହଞ୍ଚିଲେ ଗର୍ଲଫ୍ରେଣ୍ଡ; ବିଲ୍‌ ଦେଖି ଦୌଡି ପଳାଇଲେ ପ୍ରେମିକ

ହାଥରସ୍‌ ଘଟଣା ପରେ ଧର୍ମ ପରିବର୍ତ୍ତନ କଲେ ବାଲ୍ମିକୀ ସମାଜର ୫୦ ପରିବାର

ପାକିସ୍ତାନରେ ବିସ୍ଫୋରଣ: ୩ ମୃତ

ଶତ୍ରୁ ପାଖରେ ବି ମହନୀୟତା ଦେଖାଇଲେ ଭାରତୀୟ ଯବାନ; ଧରାପଡ଼ିଥିବା ଚୀନ ସେନାଙ୍କୁ ଫେରାଇ ଦେଲେ

ପାକିସ୍ତାନ ଅନୁପ୍ରବେଶକାରୀକୁ ଧରିଲା ସେନା; ୫ ହଜାର ପାକିସ୍ତାନୀ ଟଙ୍କା ଜବତ

‘ପାପ, ଭୁଲ ଓ ବେମାରୀକୁ ଛୋଟ ଭାବିବା ଉଚିତ ନୁହେଁ’

You might also like