ଫେସବୁକ୍‌ର ଡାଟା ଲିକ୍ ଘଟଣା: ମାମଲା ରୁଜୁ କଲା ସିବିଆଇ

ନୂଆଦିଲ୍ଲୀ: ଫେସବୁକ୍‌ର ଡାଟା ଲିକ୍ ମାମଲାରେ ସିବିଆଇ ମାମଲା ରୁଜୁ କରିଛି।  ବ୍ରିଟେନର କନସଲଟିଂ ଫାର୍ମ କେମ୍ବ୍ରିଜ  ଆନାଲିଟିକା ବିରୋଧରେ ମାମଲା ରୁଜୁ କରିଛି ସିବିଆଇ । ଲୋକଙ୍କ ବିନା ଅନୁମତିରେ ଫେସବୁକରୁ ସେମାନଙ୍କ ତଥ୍ୟ ସଂଗ୍ରହ କରି ଏହି ସଂସ୍ଥା ବିକ୍ରି କରିଦେଇଥିଲା।

ସାରା ବିଶ୍ୱରେ ପ୍ରାୟ ୫ କୋଟି ଲୋକଙ୍କର ଡାଟାକୁ କେମ୍ବ୍ରିଜ ଆନାଲିଟିକା ବିକି କରିଦେଇଥିବା ୨୦୧୮ ମାର୍ଚ୍ଚରେ ଅଭିଯୋଗ ଆସିଥିଲା । ଯେଉଁମାନଙ୍କର ଡାଟାକୁ ବିକ୍ରି କରାଯାଇଥିଲା, ସେମାନଙ୍କ ମଧ୍ୟରେ ୫ ଲକ୍ଷ ୬୨ ହଜାର ଭାରତୀୟ ମଧ୍ୟ ଥିଲେ। ୨୦୧୮ରେ ସେତେବେଳର ଇଲେକଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ ସିବିଆଇ ତଦନ୍ତ କରାଯିବ ବୋଲି କହିଥିଲେ।

କେମ୍ବ୍ରିଜ ଆନାଲିଟିକା ସହିତ ଆଉ ଏକ ସଂସ୍ଥା ଗ୍ଲୋବାଲ ସାଇନ୍ସ ରିସର୍ଚ୍ଚ ନାଁରେ ମଧ୍ୟ ମାମଲା ରୁଜୁ କରାଯାଇଛି । ଫେସବୁକ କହିଛି, ବିନା ଅନୁମତିରେ ଗ୍ଲୋବାଲ ସାଇନ୍ସ ଲୋକଙ୍କର ତଥ୍ୟ ସଂଗ୍ରହ କରିଥିଲା। ଏହା ସହିତ କେମ୍ବ୍ରିଜ ଆନାଲିଟିକା ହାତ ମିଳାଇଥିଲା। ନିର୍ବାଚନକୁ ପ୍ରଭାବିତ କରିବାକୁ ଏହି ଡାଟା ମଧ୍ୟ ବ୍ୟବହାର କରାଯାଇଥିଲା ।

ଏଠି କହିରଖିବୁ, ୨୦୧୮ ମାର୍ଚ୍ଚରେ ଫେସବୁକ୍‌ ନାଁରେ ଏପରି ଅଭିଯୋଗ ଆସିଥିଲା।

 

You might also like