ବିଜେପି ବିଧାୟକ ଭୀମା ମାଣ୍ଡଭିଙ୍କୁ ଅନ୍ତିମ ବିଦାୟ

ଦାନ୍ତେଓ୍ୱାଡା ଲାଲ ହିଂସାରେ ପ୍ରାଣ ହରାଇଥିଲେ ବିଧାୟକ

ଦାନ୍ତେଓ୍ୱାଡା : ଛତିଶଗଡ଼ ଦାନ୍ତେଓ୍ୱାଡାରେ ଲାଲ ହିଂସାରେ ପ୍ରାଣ ହରାଇଥିବା ବିଜେପି ବିଧାୟକ ଭୀମା ମାଣ୍ଡଭିଙ୍କୁ ଅନ୍ତିମ ବିଦାୟ ଦିଆଯାଇଛି। ବିଧାୟକଙ୍କ ମରଶରୀର ଗଡପାଲ ସ୍ଥିତ ବାସଭବନକୁ ଆସିବା ପରେ ଶହ ଶହ ଲୋକ ଭିଡ଼ ଜଣାଇ ବିଧାୟକଙ୍କୁ ଶେଷ ଦର୍ଶନ କରିଥିଲେ।

ପୂର୍ବତନ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହ ମଧ୍ୟ ସ୍ୱର୍ଗତ ବିଧାୟକଙ୍କ ଅନ୍ତିମ ଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇଥିଲେ। ନକ୍ସଲ ଆକ୍ରମଣ ନେଇ ତଦନ୍ତ ବ୍ୟାପକ କରିବାକୁ ଅପିଲ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ।

ଉଲ୍ଲେଖନୀୟ ଯେ,ଗତକାଲି ବିଜେପି ବିଧାୟକ ଭୀମା ମାଣ୍ଡଭିଙ୍କ ଗାଡ଼ିକୁ IED ବିସ୍ଫୋରଣରେ ଉଡାଇ ଦେଇଥିଲେ ମାଓବାଦୀ।ଏଥିରେ ବିଧାୟକ ମାଣ୍ଡଭିଙ୍କ ମୃତ୍ୟୁ ହେବା ସହ ତାଙ୍କ ଡ୍ରାଇଭର ଓ ଗାଡ଼ିରେ ଥିବା ୩ ସୁରକ୍ଷାକର୍ମୀଙ୍କୁ ମିଶାଇ ମୋଟ ୫ ଜଣ ଜୀବନ ହାରିଛନ୍ତି।

You might also like