ମାଡ଼ି ଆସୁଛି ବିରାଟକାୟ Asteroid‌‌, ଆଜି ପୃଥିବୀର ଅତି ନିକଟତର ହେବ

ୱାଶିଂଟନ୍‌: ସବୁଠାରୁ ବଡ ତଥା ଭୟଙ୍କର  Asteroid 1997 BQ  ଆଜି ପୃଥିବୀର ଅତି ନିକଟତର ହେବ। ଏହି ଆଷ୍ଟ୍ରଏଡ୍‌ ଏତେ ବଡ଼ ଯେ, ଏହାକୁ ଅନ୍ତରୀକ୍ଷର ସବୁଠାରୁ ବଡ଼ ତଥା ଭୟଙ୍କର Asteroid ଆପୋଲୋ କାଟେଗୋରୀରେ ସାମିଲ କରାଯାଇଛି।

ଏହି Asteroid‌ ଉପରେ ପୃଥିବୀର ସବୁ ବୈଜ୍ଞାନିକଙ୍କ ନଜର ରହିଛି। ମହାକାଶ ବିଜ୍ଞାନୀଙ୍କ କହିବା ଅନୁଯାୟୀ, ଏକ କି.ମି. ଲମ୍ବର ଏହି Asteroid ଯଦି ପୃଥିବୀକୁ ଧକ୍କା ଦିଏ ତେବେ ପୃଥିବୀ ପ୍ରତି ମହାବିପଦ ସୃଷ୍ଟି ହେବାର ଆଶଙ୍କା ରହିଛି। ୧୯୯୭ରେ  Asteroid 1997 BQକୁ ୧୩୬୭୯୫ ନାମରେ ନାମିତ କରାଯାଇଛି। ଏହା  ପ୍ରତି ସେକେଣ୍ଡରେ ୧୧.୬ କି.ମି. ବେଗରେ ପୃଥିବୀ ଆଡକୁ ଗତି କରୁଛି।

ନାସା ପକ୍ଷରୁ ୧୯୯୭ରେ ଏହି ଆଷ୍ଟ୍ରଏଡ ସମ୍ପର୍କରେ ସୂଚନା ଦିଆଯାଇଥିଲା। ଏହାର ଓସାର ୦.୬୬୮ରୁ ୧.୪୯୩ ବୋଲି କୁହାଯାଇଥିଲା। ଏହି Asteroidର ବର୍ତ୍ତମାନର ସ୍ଥିତି ଦେଖିଲେ ଜଣାଯାଏ, ଏହା ପୃଥିବୀ ଠାରୁ ୬.୧୫୬ ମିଲିୟନ କି.ମି. ଦୂର ଦେଇ ଯିବ। ଏହାଦ୍ୱାରା ପୃଥିବୀକୁ କୌଣସି ବିପଦର ଆଶଙ୍କା ନାହିଁ। ତଥାପି ନାସା ବୈଜ୍ଞାନିକମାନେ ଏହା ଉପରେ ସତର୍କ ଦୃଷ୍ଟି ରଖିଛନ୍ତି।

ତେବେ ଏହି ଆଷ୍ଟ୍ରଏଡ୍‌ ୯୭ ପ୍ରତିଶତ ଅନ୍ୟ Asteroid  ତୁଳନାରେ ବଡ଼ ଅଟେ। ଆଉ ଯଦି ଏହା ପୃଥିବୀକୁ ଧକ୍କା ଦିଏ ତେବେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ। ତେବେ ଏହା ପୃଥିବୀକୁ ନ ଛୁଇଁଲେ ବି ଏହାଦ୍ୱାରା ଭୟଙ୍କର ସୁନାମି ମଧ୍ୟ ଆସିପାରେ।

ନାସା ବୈଜ୍ଞାନିକଙ୍କ କହିବା ଅନୁଯାୟୀ, ଏପରି ୨୨ ଆଷ୍ଟ୍ରଏଡ୍‌ ଅଛନ୍ତି ଯାହା ଆଗାମୀ ଦିନରେ ପୃଥିବୀର ନିକଟତର ହେବେ। ଏପରିକି ଧକ୍କା ଦେବାର ଆଶଙ୍କା ମଧ୍ୟ ରହିଛି। ଆଗାମୀ ୧୦୦ ବର୍ଷ ମଧ୍ୟରେ ଏହିପରି ୨୨ ଆଷ୍ଟ୍ରଏଡ୍ ପୃଥିବୀର ନିକଟତର ହୋଇ ଗତି କରିବେ, ଯେଉଁମାନଙ୍କର ପୃଥିବୀ ସହ ଧକ୍କା ହେବା ଆଶଙ୍କା ମଧ୍ୟ ରହିଛି।

You might also like