କ୍ୟାମେରାରେ କଏଦ ହେଲା ଭୟଙ୍କର ଦୁର୍ଘଟଣାର ଏହି ଦୃଶ୍ୟ
ସୋସିଆଲ୍ ମିଡିଆରେ ଏବେ ଏମିତି ଏକ ଭିଡିଓ ଭାଇରାଲ୍ ହେଉଛି, ଯାହାକୁ ଦେଖିଲେ ଆପଣ ବି କିଛି ସମୟ ପାଇଁ ସ୍ତବ୍ଧ ହୋଇଯିବେ। ଭିଡିଓକୁ ଦେଖିଲା ପରେ ଆପଣ କେବେ ବିଶ୍ୱାସ କରିପାରିବେ ନାହିଁ ଯେ, ଏହା ରିଅଲ୍ ଥିଲା ବୋଲି। ଖାଲି ଏତିକି ନୁହେଁ ଏହାକୁ ଦେଖିଲା ପରେ ଆପଣଙ୍କୁ କୌଣସି ଫିଲ୍ମର ଦୃଶ୍ୟ ମନେ ପଡ଼ିଯିବ।
କ୍ୟାମେରାରେ କଏଦ ହୋଇଥିବା ଏହି ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି, ରାସ୍ତାରେ ଏକ କାର୍ ଦ୍ରୁତ ବେଗରେ ଯାଉଛି। ଗାଡ଼ିଟି କିଛି ବାଟ ଯିବା ପରେ ହଠାତ୍ ରାସ୍ତାର ବାମପଟ,ତା’ପରେ ଡାହାଣପଟ ପୁଣି ବାମପଟ ଏଭଳି ଭାବରେ ରାସ୍ତାରେ ଏଣେତେଣେ ହୋଇ ଯାଉଥିବା ନଜର ଆସିଛି। ଏହି ଦୃଶ୍ୟକୁ ଦେଖିଲେ, ଆପଣଙ୍କୁ ଲାଗିବ ଯେ, ଆପଣ କୌଣସି ଫିଲ୍ମର ଦୃଶ୍ୟ ଦେଖୁଛନ୍ତି। ଶେଷରେ ଗାଡ଼ିଟି ରାସ୍ତାକଡ଼କୁ ଓଲଟି ପଡ଼ୁଥିବା ନଜର ଆସିଛି। ଏହି ଦୃଶ୍ୟ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି।
Nebraska State Patrol ସଡ଼କ ଦୁର୍ଘଟଣାର ଏହି ଦୃଶ୍ୟକୁ ମଙ୍ଗଳବାର ଦିନ ଟ୍ୱିଟରରେ ଶେଆର କରିଛି। ଗାଡ଼ି ଚାଳକ ସିଟ୍ ବେଲ୍ଟ ପିନ୍ଧିବା ସହ ସତର୍କତାର ସହ ଗାଡ଼ି ଚଳାଇବାକୁ ପରାମର୍ଶ ଦିଆଯାଇଛି।
Even a small amount of frost can cause problems on the roadway. This crash happened right in front of Trooper Poppe this morning on I-80 west of Lincoln.
Thankfully, both occupants were uninjured because they were wearing seat belts.#SeatBeltsSaveLives #BuckleUp pic.twitter.com/6fiousADNf
— Nebraska State Patrol (@NEStatePatrol) January 11, 2021
Nebraska ନିକଟ ଆଇ-୮୦ ରାଜପଥରେ ସୋମବାର ଦିନ ଏହି ଦୁର୍ଘଟଣା ଘଟିଥିଲା। ସୌଭାଗ୍ୟବଶତଃ ଦୁର୍ଘଟଣାରେ କେହି ଆହତ ହୋଇ ନାହାନ୍ତି। କାରଣ ଗାଡ଼ି ଭିତରେ ଥିବା ସମସ୍ତ ଲୋକ ସିଟ୍ ବେଲ୍ଟ ପିନ୍ଧି ଥିଲେ। ଯାହାକି ଏକ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ।