ବିପଦ କେତେ ବେଳେ ବି ଆସିପାରେ…

ରାଜସ୍ଥାନ: ଏମିତି ବି ଆସେ ବିପଦ। ରାଜସ୍ଥାନ ଭରତପୁର ଅଂଚଳରେ ଦୁଇଜଣ ଚାଲି ଚାଲି ଯାଉଥିବା ବେଳେ ଅଚାନକ ସେମାନଙ୍କ ଉପରେ ଏକ କଂକ୍ରିଟ୍ ପିଲର ଖସି ପଡିଥିଲା। ତେବେ ସୌଭାଗ୍ୟ ବଶତଃ ଜଣେ ବର୍ତ୍ତି ଯାଇଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ପୋଲିସ ଘଟଣାସ୍ଥଳରେ ନିର୍ମାଣକାମ କରୁଥିବା ଲୋକଙ୍କୁ ପଚରାଉଚରା କରୁଛି।

ତେବେ କେଉଁ ପରିସ୍ଥିତିରେ ଓ କେମିତି ସ୍ଲାବ ଖସିପଡିଲା ସେନେଇ ତଦନ୍ତ ବି ଆରମ୍ଭ ହୋଇଛି। ପୂରା ଘଟଣାକୁ ଯେଉଁମାନେ ଦେଖିଛନ୍ତି ସେମାନଙ୍କୁ ମଧ୍ୟ ପଚରାଉଚରା କରାଯାଉଥିବା ନେଇ ସୂଚନା ରହିଛି ।

You might also like