ଦଳିତ ବୋଲି ମିଟିଂରେ ତଳେ ବସିଲେ ମହିଳା, ଭିଡିଓ ଭାଇରାଲ

କୁଡ୍ଡଲୋର: ତାମିଲନାଡୁର କୁଡ୍ଡଲୋର ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି। ଏକ ପଞ୍ଚାୟତ ବୈଠକରେ ସମସ୍ତ ସଦସ୍ୟ  ଚେୟାରରେ ବସିଥିଲେ ମଧ୍ୟ ଜଣେ ଦଳିତ ମହିଳାଙ୍କୁ ତଳେ ବସିଥିବା ଦେଖିବାକୁ ମିଳିଥିଲା। ଏହାର ଫଟୋ ଭାଇରାଲ ହେବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

କୁଡ୍ଡଲୋରରେ ପଞ୍ଚାୟତ ଅଧ୍ୟକ୍ଷ ବୈଠକ ବସିଥିଲା। ବୈଠକରେ ଯୋଗ ଦେବାକୁ ଥିବା ବ୍ୟକ୍ତିଙ୍କ ପାଇଁ ଚେୟାରର ବ୍ୟବସ୍ଥା କରାଯାଇଥିଲା। ହେଲେ ବୈଠକରେ ଯୋଗ ଦେଇଥିବା ଜଣେ ମହିଳାଙ୍କୁ ଚେୟାର ଦିଆଯାଇ ନ ଥିଲା । କାରଣ ସେ ଦଳିତ ଥିଲେ। ଏହାର ଭିଡିଓ ଭାଇରାଲ ହେବା ପରେ ପୋଲିସ ପଞ୍ଚାୟତ ଅଧ୍ୟକ୍ଷଙ୍କ ବିରୋଧରେ ମାମଲା ଦାଏର କରିଛନ୍ତି।

ଭିଡିଓରେ ଦେଖିବାକୁ ମିଳିଛି, ବୈଠକରେ ସମସ୍ତେ ଚେୟାରରେ ବସିଛନ୍ତି। ହେଲେ ଜଣେ ଦଳିତ ମହିଳାଙ୍କୁ ତଳେ ବସିବାକୁ କୁହାଯାଇଥିଲା। ସବୁଠାରୁ ଦୁଃଖର କଥା ସେଠାରେ ଚେୟାର ଖାଲି ଥିଲେ ମଧ୍ୟ ତାଙ୍କୁ ତଳେ ବସିବାକୁ ପଡ଼ିଥିଲା।

ଏହି ଭିଡିଓ ଭାଇରାଲ ହେବା ପରେ ସିପିଏମ ପକ୍ଷରୁ ପଞ୍ଚୟତ ଅଧ୍ୟକ୍ଷଙ୍କ ବିରୋଧରେ ମାମଲା ଦାଏର କରିଛନ୍ତି। ଅଭିଯୋଗ ପାଇବା ପରେ ପୋଲିସ ମାମଲା ରୁଜୁ କରିଛି।

ଆହୁରି ପଢ଼ନ୍ତୁ

ଝିଅ ବାହାଘରରେ ଖର୍ଚ୍ଚ କରିଥିଲେ ୪୮୫ କୋଟି, ଏବେ ଦେବାଳିଆ

ଖଣ୍ଡାରେ କାଟିଲେ ବର୍ଥ ଡେ’ କେକ୍‌, ଘରୁ ଉଠାଇ ନେଲା ପୋଲିସ୍‌

ବାପାଙ୍କୁ ପିଟିପିଟି ମାରିଦେଲା ୧୬ ବର୍ଷର ଝିଅ

ବୟସ ୧୪, ଉଚ୍ଚତା ୭ ଫୁଟରୁ ଅଧିକ

ନା ଅଛି ମୋବାଇଲ୍‌ ନା ଚପଲ, ତଥାପି ନିର୍ବାଚନ ଲଢ଼ୁଛନ୍ତି ୭୨ ବର୍ଷୀୟ ବୃଦ୍ଧ

ସପିଂ ମଲ୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ଆମେରିକାରେ କରୋନା ଆକ୍ରାନ୍ତଙ୍କୁ ଦିଆଯିବ ରେମେଡସିଭିର୍

୧୦ ଟଙ୍କାରେ ବିରିୟାନୀ ବିକୁଥିଲେ, ଉଠାଇ ନେଲା ପୋଲିସ୍‌

ଆଶ୍ୱସ୍ତିର ଖବର; କୋଭାକ୍ସିନକୁ ମିଳିଲା ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ଅନୁମତି

ପିଆଜ ଚୋରି କରି ବନ୍ଧା ହେଲେ

ମାଗଣାରେ ଦେଶବାସୀଙ୍କୁ ମିଳିବ କରୋନା ଭ୍ୟାକ୍‌ସିନ !

ଯାତ୍ରୀମାନଙ୍କ ପାଇଁ ଖୁସି ଖବର; ଭିସା ନିୟମରେ କୋହଳ କଲେ କେନ୍ଦ୍ର ସରକାର

You might also like