କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର ! ୨୫ ପ୍ରତିଶତ ବଢିପାର DA

ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। କେନ୍ଦ୍ରୀୟ କର୍ମଚାରୀଙ୍କ ଡିଅରନେସ ଆଲାଉନ୍ସ ବା DA ବୃଦ୍ଧି କରି ପାରନ୍ତି ସରକାର। ଯଦି ଏହି ଗୁଜବ ସତ ହୁଏ ତେବେ 7th ପେ କମିଶନ ଅନୁଯାୟୀ କେନ୍ଦ୍ର ସରକାରୀ କର୍ମଚାରୀଙ୍କର  ୫ ପ୍ରତିଶତ DA ବୃଦ୍ଧି ଆଶା କରାଯାଉଛି। ଏହି ବର୍ଦ୍ଧିତ ଭତ୍ତା ଆସନ୍ତା ମାସ ଅର୍ଥାତ ଏପ୍ରିଲରୁ  ଲାଗୁ କରାଯାଇପାରେ।

କେନ୍ଦ୍ର ସରକାରୀ କର୍ମଚାରୀମାନେ ବର୍ତ୍ତମାନ ୧୭% DA ପାଉଛନ୍ତି। ତେବେ DA ବୃଦ୍ଧିକୁ ସରକାର ବନ୍ଦ ରଖିଥିଲେ।  COVID-19 ମହାମାରୀ ଯୋଗୁ ଗତ ବର୍ଷ ଦେଶର ଅର୍ଥବ୍ୟବସ୍ଥା ଖରାପ ଥିବାରୁ ନରେନ୍ଦ୍ର ମୋଦୀ ସରକାର ଜୁନ୍ ୨୦୨୧ ପର୍ଯ୍ୟନ୍ତ କର୍ମଚାରୀଙ୍କ DA ବୃଦ୍ଧି ସ୍ଥଗିତ ରଖିଥିଲେ।

ହେଲେ ଏବେ ସରକାର  DA  ବୃଦ୍ଧି କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ଏବେ କର୍ମଚାରୀମାନେ ୨୧ ପ୍ରତିଶତ ଡିଏ ପାଇବେ ବୋଲି ଶୁଣିବାକୁ ମିଳୁଛି । ଆହୁରି ଶୁଣିବାକୁ ମିଳୁଛି, ୨୦୨୦  ଜୁଲାଇ-ଡିସେମ୍ବର ପାଇଁ ମଧ୍ୟ ପ୍ରାୟ ୪ ପ୍ରତିଶତ ଡିଏ ବୃଦ୍ଧି କରିବେ ସରକାର । ଯଦି ମୋଦି ସରକାର ବନ୍ଦ ରଖିଥିବା DA   ବୃଦ୍ଧି ନିଷ୍ପତିକୁ ପ୍ରତ୍ୟାହାର କରି ନିଅନ୍ତି ଏବଂ ୨୦୨୦ ଜୁଲାଇ-ଡିସେମ୍ବରର ୪ ପ୍ରତିଶତ ଡିଏ ପ୍ରଦାନ କରନ୍ତି ତେବେ କେନ୍ଦ୍ରୀୟ କମଚାରୀମାନେ ୨୫ ପ୍ରତିଶତ DA ପାଇ ପାରିବେ।

ଏଠି କହିରଖିବୁ, ସରକାର ପୂର୍ବରୁ କହିଥିଲେ ଯେ, କର୍ମଚାରୀମାନେ ଜୁଲାଇ ୨୦୨୧ ପର୍ଯ୍ୟନ୍ତ ୧୭ ପ୍ରତିଶତ ହାରରେ ଡିଏ ପାଇବେ।  ତଥାପି ହୋଲି ପରେ କିମ୍ବା ଏପ୍ରିଲର ପ୍ରଥମ ସପ୍ତାହରେ ସରକାର ଏ ବାବଦରେ ନିଷ୍ପତ୍ତି ନେବେ ବୋଲି ରିପୋର୍ଟରୁ ଜଣାଯାଇଛି । ଯଦି ଏହା କାର୍ଯ୍ୟକାରୀ ହୁଏ ତେବେ ୪୮ ଲକ୍ଷରୁ ଅଧିକ କର୍ମଚାରୀ ଏବଂ ୬୫ ଲକ୍ଷରୁ ଅଧିକ ପେନସନଭୋଗୀ ଉପକୃତ ହେବେ।

ଜାଣିବାକୁ ମିଳିଛି, ୨୦୨୧  ଏପ୍ରିଲ୍ ୧ରୁ  ‘ୱେଜ କୋଡ’ ପ୍ରଚଳନ ହେବାର ସମ୍ଭାବନା ରହିଛି । ଏହା କାର୍ଯ୍ୟକାରୀ ହେଲେ ସରକାରୀ କାର୍ଯ୍ୟ ସମୟ, କର୍ମଚାରୀଙ୍କ ଗ୍ରାଚୁଇଟି ଏବଂ ପ୍ରୋଭିଡେଣ୍ଟ୍ ଫଣ୍ଡର  ପରିବର୍ତ୍ତନ ହେବ ବୋଲି ଆଶା କରାଯାଉଛି।

ଆହୁରି ପଢନ୍ତୁ : ୧୬ ଟଙ୍କା କମିପାରେ ପେଟ୍ରୋଲ, ଡିଜେଲ ଦର, କେମିତି ଜାଣନ୍ତୁ..

You might also like