ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ ଉପରେ ବଜ୍ରପାତ, ନିଆଁ ଲାଗି ଅଢ଼େଇ ଘଣ୍ଟା ପର୍ଯ୍ୟନ୍ତ ଢ଼ୋଢ଼ା ଫାଟିଲା ସିଲିଣ୍ଡର

ଭୀଲବାଡ଼ା: ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ ଉପରେ ବଜ୍ରପାତ । ନିଆଁଲାଗି ଏକ କିଲୋମିଟର ପର୍ଯ୍ୟନ୍ତ ଉଡ଼ିଲା ସିଲିଣ୍ଡର। ଭୀଲବାଡ଼ାର ଜୟପୁର-କୋଟା ଜାତୀୟ ରାଜପଥ ନିକଟସ୍ଥ ହନୁମାନ ନଗର ଅଞ୍ଚଳରେ ଘଟିଲା ବଡ଼ ଦୁର୍ଘଟଣା। ଟିକଡ଼ ଗାଁରେ ବଜ୍ରାଘାତ ଯୋଗୁଁ ହାଇୱେରେ ଯାଉଥିବା ଟ୍ରକ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା। ଟ୍ରକରେ ୪୫୦ ଘରୋଇ ଗ୍ୟାସ ସିଲିଣ୍ଡର ମହଜୁଦ୍ ଥିଲା । ଆଉ ଟ୍ରକ ଓଲଟିବା କ୍ଷଣି ସିଲିଣ୍ଡରରେ ନିଆଁ ଲାଗି ଆକାଶରେ ଉଡ଼ିବା ପରି ପରିସ୍ଥିତି ସୃଷ୍ଟି ହୋଇଥିଲା । ଗୋଟଏ ପରେ ଗୋଟିଏ ସିଲିଣ୍ଡର ପ୍ରାୟ ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ଫାଟିଲା । ସିଲିଣ୍ଡର ଧମାକାରେ ସ୍ତବ୍ଧ ହୋଇଯାଥିଲେ ଅଞ୍ଚଳବାସୀ ।

ସିଲିଣ୍ଡରରେ ଭର୍ତ୍ତି ଟ୍ରକ ନରସିରାବଦାରରୁ ଭବାନୀମଣ୍ଡି ଅଭିମୁଖେ ଯାଉଥିବା ବେଳେ ଏପରି ଅଘଟଣ ଘଟିଛି । ଟିକଡ଼ ଗାଁ ନିକଟରେ ପାଖାପାଖି ୮ଟାରେ ବଜ୍ରାଘାତ ହେବାକୁ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ଟ୍ରକ । ଟ୍ରକ୍ ଓଲଟି ପଡ଼ିବା ପରେ ସିଲିଣ୍ଡର ଫାଟି ନଆଁ ଲାଗିଯାଇଥିଲା। ତେବେ ଏହି ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଆଖପାଖ ୫ରୁ ୭ କିଲୋମିଟର ପର୍ଯ୍ୟନ୍ତ ନିଆଁ ଦେଖାଯାଇଥିଲା। ହନୁମାନ ନଗର ଥାନା ପୋଲିସ୍ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ହେଲେ ନିଆଁ ଦେଖି ଟ୍ରକ ପାଖକୁ ଯିବାପାଇଁ କେହି ସାହସ କରିପାରିନଥିଲେ। ବିସ୍ଫୋରଣରେ ସିଲିଣ୍ଡରର ଗୁଡ଼ିକ ଫାଟି ଏକ କିମି ପର୍ଯ୍ୟନ୍ତ  ଉଡ଼ିଯାଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। 

ଘଟଣାସ୍ଥଳରେ ଏବେ ପୋଲିସ ଫୋର୍ସ ମୁତୟନ ଅଛନ୍ତି। ଗ୍ୟାସ କମ୍ପାନୀର କର୍ମଚାରୀଙ୍କୁ ମଧ୍ୟ ଡକାଯାଇଛି।  ଅନ୍ୟପଟେ ଏହି ଦୁର୍ଘଟଣାରେ ଆହତ ଡ୍ରାଇଭର ଓ ହେଲପର ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି।  ବିସ୍ଫୋରଣର ପ୍ରାୟ ୧୫ ଘଣ୍ଟା ପରେ ମଧ୍ୟ ଜାତୀୟ ରାଜପଥରେ ଚଳାଚଳ ବନ୍ଦ ରହିଛି । ବୁଧବାର ସକାଳେ କୋଟା, ଆଜେମର ଓ ଜୟପରୁ ଯାଉଥିବା ଯାତ୍ରୀମାମାନଙ୍କୁ ଆଗକୁ ଯିବାପାଇଁ ମନାକରାଯାଇଛି।

ତେବେ ଅଗ୍ନିଶମ କର୍ମଚାରୀ ଦୀନେଶ କହିଛନ୍ତି , ନିଆଁ ଏତେ ଭୟଙ୍କର ଥିଲା ଘଟଣାସ୍ଥଳ ଠାରୁ ପ୍ରାୟ ୧୫୦ ମିଟର ଦୂରରେ ଠିଆ ହେବା ମଧ୍ୟ କଷ୍ଟସାଧ୍ୟ । ଏପରିକି ଅଗ୍ନିଶମ କର୍ମଚାରୀ ମଧ୍ୟ ପାଖକୁ ଯାଇପାରୁନଥିଲେ । କୌଣସି ପ୍ରକାରେ ୩୫ ବର୍ଷିୟ ଟ୍ରକ୍ ଡ୍ରାଇଭର ସତ୍ୟରାଜ ମୀନାଙ୍କ ଜୀବନ ବଞ୍ଚିଯାଇଥିଲେ , ସୁଦ୍ଧା ତାଙ୍କ ଶରୀରର ଅଧିକାଂଶ ଅଂଶ ଜଳିଯାଇଛି ।

ଆହୁରି ପଢନ୍ତୁ : ରାସ୍ତାକଡ଼କୁ ଓଲଟି ଜଳିଗଲା ସେନା ଜିପ୍ସି, ଜୀବନ୍ତ ଜଳିଗଲେ ୩ ଯବାନ

You might also like