ଧୀରେଧୀରେ ଦୁର୍ବଳ ହେଉଛି ଘୂର୍ଣ୍ଣି ଝଡ଼ କ୍ୟାର୍‌

ନୂଆଦିଲ୍ଲୀ: ଆରବ ସାଗରେ କେନ୍ଦ୍ରୀଭୂତ ସୁପର ସାଇକ୍ଲୋନିକ୍ ଷ୍ଟର୍ମ କ୍ୟାର୍‌ ଧୀରେଧୀରେ ଦୁର୍ବଳ ହେବାକୁ ଲାଗିଛି। ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ଏହା ଆରବସାଗରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରିବ।

ଆସନ୍ତାକାଲି ସୁଦ୍ଧା ଏହା ପୁଣି ଥରେ ଦିଗ ପରିବର୍ତ୍ତନ କରି ପଶ୍ଚିମ ଦକ୍ଷିଣ ପଶ୍ଚିମ ଦିଗକୁ ମୁହାଁଇପାରେ। ଓମାନ୍ ଉପକୂଳ ଗଲ୍ଫ ଅଫ୍ ଆଡେନ୍ ଦିଗକୁ ଗତି କରିପାରେ। ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହାର ଗତିରେ କିଛି ବି ପରିବର୍ତ୍ତନ ହେବା ସମ୍ଭାବନା ନଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଦୁର୍ବଳ ହେବ। ହେଲେ ଏହାର ପ୍ରଭାବରେ ଭାରତର ପଶ୍ଚିମ ଉପକୂଳ ମହାରାଷ୍ଟ୍ର, ଗୋଆ ଓ କର୍ଣ୍ଣାଟକର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଜାରି ରହିଛି। ସେହିପରି ଦକ୍ଷିଣ ଗୁଜରାଟରେ ବି କିଛି ସ୍ଥାନରେ ବର୍ଷା ହେବା ସଂଭାବନା ରହିଛି। ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି।

You might also like