ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେଲା ‘କ୍ୟାର’
ନୂଆଦିଲ୍ଲୀ: ପୂର୍ବ-ମଧ୍ୟ ଆରବ ସାଗରରେ ସୃଷ୍ଟି ହୋଇଥିବା ସାଇକ୍ଲୋନିକ ଷ୍ଟର୍ମ(ଘୂର୍ଣ୍ଣିଝଡ଼) ‘କ୍ୟାର’ ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେଇଛି। ଶୁକ୍ରବାର ସନ୍ଧ୍ୟାରେ ଏହା ରତ୍ନଗିରିରୁ ୧୯୦ କି.ମି. ଦୂର ଓ ମୁମ୍ବାଇ, ମହାରାଷ୍ଟ୍ରରୁ ୩୩୦ କି.ମି. ଦୂରରେ କେନ୍ଦ୍ରୀଭୂତ ହୋଇଥିଲା।
ଧୀରେ ଧୀରେ ‘କ୍ୟାର’ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗକୁ ଗତିକରି ଓମାନ ଉପକୂଳ ଆଡକୁ ମୁହାଁଇବ ବୋଲି ଅନୁମାନ କରାଯାଉଛି। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ‘କ୍ୟାର’ ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେବ ଓ ଏହାର ଆଗାମୀ ୩୬ ଘଣ୍ଟା ମଧ୍ୟରେ ଏହା ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେବାର ଆଶଙ୍କା ରହିଛି।
ଏହାର ପ୍ରଭାବରେ ଗୋଆ, କର୍ଣ୍ଣାଟକ ଓ ଦକ୍ଷିଣ କୋଙ୍କଣର ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳତର ବର୍ଷା ହେବା ସହ ଜୋରରେ ପବନ ବହିବ ପାରେ। ଏନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ପବନର ବେଗ ୬୦ କିଲୋମିଟରରୁ ଅଧିକ ରହିବ ବୋଲି ଆଶଙ୍କା କରାଯାଉଛି। ଏଥିପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି।