ଉତ୍ପାତ ହେଲାଣି ତାଉତେ: ସ୍ଥଳଭାଗ ଛୁଇଁବା ପୂର୍ବରୁ ନେଲାଣି ୪ ଜଣଙ୍କ ଜୀବନ

ଭୟଙ୍କର ହେଉଛି ବାତ୍ୟା

ଗୁଜୁରାଟ୍‌: ଏକ୍ସଟ୍ରିମ୍ ସିଭିୟର ସାଇକ୍ଲୋନିକରେ ପରିଣତ ହୋଇ ସ୍ଥଳଭାଗ ଆଡ଼କୁ ମୁହାଁଉଛି ବାତ୍ୟା ତାଉତେ। ଆଇଏମଡିର ପୂର୍ବାନୁମାନ ଅନୁଯାୟୀ ତାଉତେ ଆଜି ରାତିରେ ଗୁଜରାଟ ପୋରବନ୍ଦର-ମହୁଆରେ ଲ୍ୟାଣ୍ଡଫଲ କରିବ। ଏହି ସମୟରେ ୧୫୫ରୁ ୧୬୫ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଛି। ଆଜି ରାତି ୮ଟାରୁ ୧୧ଟା ଭିତରେ ସ୍ଥଳ ଭାଗରେ ଲ୍ୟାଣ୍ଡଫଲ୍ କରିପାରେ ବାତ୍ୟା ତାଉତେ। ଭାରତୀୟ ପାଣିପାଗ ବିଭାଗର ସଦ୍ୟତମ ରିପୋର୍ଟ ଅନୁସାରେ ଆରବ ସାଗରରେ ସୃଷ୍ଟ ଏହି ସାମୁଦ୍ରିକ ଝଡ଼ ମଧ୍ୟାହ୍ନ ପରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଯିବ।

ଏକ୍ସଟ୍ରିମ୍ ସିଭିୟର୍ ଷ୍ଟ୍ରମରେ ପରିଣତ ହୋଇ ଏହା ପୂର୍ବ ଅପେକ୍ଷା ଅଧିକ ବେଗରେ ସ୍ଥଳ ଭାଗକୁ ମାଡ଼ି ଆସୁଛି। ଘଣ୍ଟା ପ୍ରତି ୨୦ କିଲୋମିଟର୍ ବେଗରେ ଆସୁଛି ତାଉତେ। ତେବେ ସ୍ଥଳ ଭାଗରେ ପହଞ୍ଚିବା ପରେ ଏହାର ବେଗ ଆହୁରୀ ବଢ଼ିବା ନେଇ ପୂର୍ବାନୁମାନ କରାଯାଉଛି। ସମୁଦ୍ର ଅଶାନ୍ତ ରହିବା ସହ ତିନି ମିଟର ଉଚ୍ଚର ଲହରୀ ଉଠିବା ସମ୍ଭାବନା ରହିଛି। ଏହାର ପ୍ରଭାବରେ କେରଳ,ଗୋଆ, କର୍ଣ୍ଣାଟକ, ମହାରାଷ୍ଟ୍ର, ଗୁଜରାଟ ଉପକୂଳରେ ପ୍ରବଳ ବର୍ଷା ଆରମ୍ଭ ହୋଇଛି। ଗୋଆ, ମୁମ୍ବାଇ ସମେତ ଏକାଧିକ ଅଞ୍ଚଳରେ ଲଗାଣ ବର୍ଷା ଓ ପବନ ଯୋଗୁଁ ବଡ଼ ବଡ଼ ଗଛ ଭାଙ୍ଗିିଛି। ମହାରାଷ୍ଟ୍ର ଜଳଗାରେ ଗଛ ପଡ଼ି ଦୁଇ ଭଉଣୀଙ୍କ ମୃତ୍ୟୁ ହୋଇଥିବା ବେଳେ, ଗୋଆରେ ବି ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସେପଟେ ଗୁଜରାଟ, ମହାରାଷ୍ଟ୍ର ଉପକୂଳର ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି।

ସେପଟେ, ବାତ୍ୟା ତାଉତେ ମୁକାବିଲା ପାଇଁ ତତ୍ପର ହୋଇଛନ୍ତି ଗୁଜରାଟ ସରକାର କ୍ଷୟକ୍ଷତି ଆଶଙ୍କାରେ ଉପକୂଳବର୍ତ୍ତୀ ଅଞ୍ଚଳରୁ ଲୋକଙ୍କୁ କରାଯାଉଛି। ସ୍ଥାନାନ୍ତର ଗୁଜରାଟ ଉପକୂଳବର୍ତ୍ତୀ ଅଞ୍ଚଳରୁ ପ୍ରାୟ ଦେଢ଼ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବା ସହ ପ୍ରଶାସନ ପକ୍ଷରୁ ଖାଦ୍ୟପେୟର ବ୍ୟବସ୍ଥା କରାଯାଇଛି। ଅନ୍ୟପଟେ ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଆଜି ଓ ଆସନ୍ତାକାଲି ଘରୁ ନବାହାରିବା ପାଇଁ ଲୋକଙ୍କୁ ନିବେଦନ କରିଛନ୍ତି ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ।

ବାତ୍ୟାକୁ ଦୃଷ୍ଟିରେ ରଖି ଆଜି ଓ ଆସନ୍ତାକାଲି ଦୁଇ ଦିନ ପାଇଁ ଟିକାକରଣ ପ୍ରକ୍ରିୟା ମଧ୍ୟ ବନ୍ଦ କରିଛନ୍ତି ଗୁଜରାଟ ସରକାର। ରାଜ୍ୟରେ ୪୪ NDRF ଟିମ୍ ଓ ୧୦ SDRF ଟିମ୍ ମୁତୟନ ହେବା ସହ ଆର୍ମି, ଏୟାରଫୋର୍ସ ଏବଂ ନାଭିକୁ ସଜାଗ ରଖାଯାଇଛି। ଅନ୍ୟପଟେ ତାଉତେ ପ୍ରଭାବରେ ଗୋଆରେ ପ୍ରବଳ ବର୍ଷା ହୋଇଛି। ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ରାସ୍ତା ଉପରେ ପଡ଼ି ରହିବା ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ସମୁଦ୍ର ଅଶାନ୍ତ ରହିବା ସହ ଉଚ୍ଚ ଉଚ୍ଚ ଜୁଆର ଆସିଛି।

You might also like