କର୍ଣ୍ଣାଟକରେ ସାମୁଦ୍ରିକ ଘୂର୍ଣ୍ଣିଝଡ଼ ତାଉତେର ତାଣ୍ଡବ : ୪ ମୃତ,୭୩ ଗାଁ ପ୍ରଭାବିତ

ବୈଠକ ଡକାଇଲେ ଶାହ

ତୀବ୍ର ବେଗରେ ମାଡ଼ି ଆସୁଛି ବାତ୍ୟା । ଆରବ ସାଗରରେ ଉଠିଥିବା ଘୂର୍ଣ୍ଣିଝଡ଼କୁ ନେଇ ଅନେକ ରାଜ୍ୟରେ ଆଲର୍ଟ ଜାରି କରାଯାଇଛି । କର୍ଣ୍ଣାଟକରେ ବାତ୍ୟା ପ୍ରଭାବରେ ପ୍ରବଳ ଝଡ଼ବର୍ଷା ଯୋଗୁୁଁ ୪ ଜଣ ପ୍ରାଣ ହରାଇଛନ୍ତି । ସେହିପରି ରାଜ୍ୟର ମୋଟ ୭୩ ଗାଁ ବାତ୍ୟା ଯୋଗୁଁ ପ୍ରଭାବିତ ହୋଇଛି । କେଉଁଠି ଗଛ ଭାଙ୍ଗିଛି, ତ ଆଉ କେଉଁଠି ଘରଦ୍ୱାର ଓ ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି । ବିଦ୍ୟୁତ ସରବରାହ ମଧ୍ୟ ବ୍ୟାପକ ଭାବେ ପ୍ରଭାବିତ ହୋଇଛି । ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରସ୍ତୁତି ଜୋରଦାର ଚାଲିଥିବା ବେଳେ ବାତ୍ୟା ପରିସ୍ଥିତି ଉପରେ ନଜର ଥିବା କହିଛନ୍ତି କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ।

ସେପଟେ ତାଉତେ ଏବେ ଗୋଆର ଉକପୂଳ ଅଞ୍ଚଳରେ ମାଡ଼ ହୋଇଛି । ପାଣାଜିରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଗୋଆରେ ପ୍ରବଳ କ୍ଷୟକ୍ଷତି ହୋଇଛି । ରାସ୍ତାରେ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ଭାଙ୍ଗିପଡ଼ିଛି । ବଡ଼ ବଡ଼ ଗଛ ପଡ଼ିଥିବା ହେତୁ ରାସ୍ତା ନଷ୍ଟ ହୋଇଯାଇଛି । ଗୋଆର ଉପକୂଳ ଅଂଳଚରେ ପ୍ର ପ୍ରବଳ ବେଗରେ ପବନ ବହିବା ସହ ମୂଷଳ ଧାରାରେ ବର୍ଷା ହେଉଛି । ବାତ୍ୟାର ଭୟାବହତାକୁ ଦୃଷ୍ଟିରେ ରଖି ଗୃହମନ୍ତ୍ରୀ ଅମିତ ଶାହ ବୈଠକ ଡକାଇଛନ୍ତି । ଗୁଜରାଟ, ମହାରାଷ୍ଟ୍ର୍ର, ଡାଉମନଡିଓ, ଦାଦ୍ରା ନଗର ହାବେଲିର ଅଧିକାରୀ ଏହି ବୈଠକରେ ସାମଲ ହୋଇଛନ୍ତି ।

ପଶ୍ଚିମ ତଟ ମାଟି ଛୁଇଁବା ବହୁ ଆଗରୁ କେରଳରେ ତାଉ ଦେଖାଉଛି ତାଉତେ । ପ୍ରବଳ ବର୍ଷା ସାଙ୍ଗକୁ ସମୁଦ୍ରର ଉଚ୍ଚ ଲହଡ଼ି ଉପକୂଳ ଅଞ୍ଚଳକୁ ଜଳାର୍ଣ୍ଣବ କରିଛି । କୋଚ୍ଚି, ଏର୍ଣ୍ଣାକୁଲମ, ଥିରୁବନନ୍ତପୂରମ୍, କୋଝିକୋଡ଼, ତ୍ରିଶୁର ଆଦିରେ ଗାଁ ଗଣ୍ଡାରେ ପାଣି ପଶି ବନ୍ୟାସ୍ଥିତି ଉପୁଜିଛି । ଅତି ପ୍ରବଳ ବର୍ଷା ଆଶଙ୍କାରେ ଉତ୍ତର ଓ ମଧ୍ୟ କେରଳର ୯ଟି ଜିଲ୍ଲାରେ ରେଡ୍ ଆଲର୍ଟ ଜାରି କରାଯାଇଛି । ଗତ ୨ ଦିନ ହେଲା କେରଳର ବହୁ ସ୍ଥାନରେ ବର୍ଷା ଲାଗି ରହିଥିବା ବେଳେ, ଗତରାତିରେ ପ୍ରବଳ ବେଗରେ ପବନ ବହିବା ସହ ସମୁଦ୍ରରୁ ଜୁଆର ମାଡ଼ି ଆସିଥିଲା । ଏଭଳି ସଂଗୀନ ସ୍ଥିତିରେ ଗତରାତିରେ ଗଭୀର ସମୁଦ୍ରରୁ ମତ୍ସ୍ୟଜୀବୀଙ୍କ ବୋଟ୍କୁ ଠାବ କରି ୩ଜଣଙ୍କୁ ଉଦ୍ଧାର କରିଛି କୋଷ୍ଟଗାର୍ଡ଼ ।

ଏପଟେ ମୁମ୍ବାଇରେ ପାଗ ବଦଳିବା ସହ ସମୁଦ୍ର ଅଶାନ୍ତ ହେବା ଆରମ୍ଭ କରିଛି ତାଉତେ । ଘନୀଭୂତ ହେଉଥିବାରୁ କେରଳ, ତାମିଲନାଡ଼ୁ, କର୍ଣ୍ଣାଟକ, ମହାରାଷ୍ଟ୍ର ଓ ଗୁଜରାଟକୁ ଆଲର୍ଟ ଜାରି କରାଯାଇଛି । ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ପୂର୍ବ କେନ୍ଦ୍ରୀୟ ଓ ପାର୍ଶ୍ୱବର୍ତ୍ତୀ ଦକ୍ଷିଣପୂର୍ବ ଆରବ ସାଗରରେ ସୃଷ୍ଟ ଘୂର୍ଣ୍ଣିଝଡ଼ ତାଉତେ ଉତ୍ତର ଆଡ଼କୁ ଗତି କରୁଛି । ଭୀଷଣ ଘୂର୍ଣ୍ଣିଝଡ଼ ରୂପ ନେବାର ୧୨ ଘଣ୍ଟା ପରେ ଏହା ଅତି ଭୀଷଣ ଘୂର୍ଣ୍ଣିଝଡ଼ ପାଲଟିବ । ଆସନ୍ତା ୧୮ ତାରିଖ ଅପରାହ୍ଣରେ ଏହା ଗୁଜରାଟର ପୋରବନ୍ଦର ଓ ନଲିୟା ମଝିରେ ଲ୍ୟାଣ୍ଡଫଲ୍ କରିବ । ସେତେବେଳେ ଘଣ୍ଟାପ୍ରତି ୧୫୦ରୁ ୧୬୦ କିଲୋମିଟର ବେଗରେ ପବନ ବହିବା ଆଶଙ୍କା କରାଯାଉଛି ।

You might also like