ତାଣ୍ଡବ ରଚିଲା ‘ନିସର୍ଗ’, ନେଲା ୩ ଜୀବନ
ମୁମ୍ବାଇ: ସ୍ଥଳ ଭାଗ ଛୁଇଁବା ପରେ ବାତ୍ୟା ‘ନିସର୍ଗ’ ଦୁର୍ବଳ ହୋଇଛି। ସିଭିୟର୍ ସାଇକ୍ଲୋନିକ୍ ଷ୍ଟ୍ରମ୍ରୁ ଏବେ ସାଇକ୍ଲୋନ୍ରେ ପରିଣତ ହୋଇଛି ‘ନିସର୍ଗ’। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ଯାଏ ମହାରାଷ୍ଟ୍ରର ଉପକୂଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାସହ କିଛି ସ୍ଥାନରେ ବଜ୍ରପାତ ସହ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ଗତକାଲି ଅପରାହ୍ନରେ ମହାରାଷ୍ଟ୍ରର ଅଲିବାଗ୍ ନିଟରେ ‘ନିସର୍ଗ’ ଲ୍ୟାଣ୍ଡ୍ଫଲ୍ କରିବା ପରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଅଲିବାଗ୍, ରାଇଗଡ଼, ରତ୍ନଗିରି ଅଞ୍ଚଳରେ କ୍ଷୟକ୍ଷତି କରିଛି। ବିଶେଷ କରି ରାଇଗଡ଼ ଜିଲ୍ଲାରେ ଅଧିକ କ୍ଷୟକ୍ଷତି ହୋଇଛି। ମୋବାଇଲ୍ ଓ ବିଦ୍ୟୁତ୍ ସେବା ମଧ୍ୟ ପ୍ରଭାବିତ ହୋଇଛି।
ଏନ୍ଡିଆର୍ଏଫ୍, ଏସ୍ଡିଆର୍ଏଫ୍, ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଛି। ଏବେ ସୁଦ୍ଧା ‘ନିସର୍ଗ’ ଯୋଗୁ ୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ୨ ଜଣ ପୁଣେ ଓ ଜଣେ ରାଇଗଡ଼ ଜିଲ୍ଲାର ବୋଲି ଜଣାପଡ଼ିଛି।
ସୂଚନାଥାଉ କି, ଦୀର୍ଘ ୭୨ ବର୍ଷ ପରେ ମୁମ୍ବାଇ ଗୋଟିଏ ବାତ୍ୟାକୁ ସାମ୍ନା କରିଛି।