ଆଜି ସ୍ଥଳଭାଗ ଛୁଇଁବ ବାତ୍ୟା ‘ନିସର୍ଗ’

ମୁମ୍ବାଇ: ମହାରାଷ୍ଟ୍ରରେ ଆଜି ସ୍ଥଳଭାଗ ଛୁଇଁବ ବାତ୍ୟା ‘ନିସର୍ଗ’। ଘଣ୍ଟାକୁ ୧୩ କି.ମି. ବେଗରେ ଏହା ଗତି କରୁଛି। ଭୀଷଣ ବାତ୍ୟାର ରୂପ ନେଇ ଆଜି ଅପରାହ୍ନରେ ମୁମ୍ବାଇର ୯୬ କିଲୋମିଟର ଦକ୍ଷିଣକୁ ଆଲିବାଗ ନିକଟରେ ଲ୍ୟାଣ୍ଡ୍‌ଫଲ୍ କରିବା ନେଇ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ସୂଚନା ଦେଇଛି।

ଯେଉଁ ସମୟରେ ବାତ୍ୟା ସ୍ଥଳଭାଗ ଛୁଇଁବ, ସେହି ସମୟରେ ମୁମ୍ବାଇ ସହ ଥାଣେ, ପାଲଘର ଓ ରାଇଗଡ ଜିଲ୍ଲାରେ ଘଣ୍ଟାପ୍ରତି ୧୦୦ରୁ ୧୧୦ କିଲୋମିଟର , ଏପରିକି ୧୨୦ କିଲୋମିଟର ବେଗରେ ପବନ ବହିପାରେ। ଏହି ସମୟରେ ସମୁଦ୍ରରେ ୨ ମିଟର ଉଚ୍ଚ ଜୁଆର ଆସିବା ସହ ପ୍ରବଳ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି।

ଅନ୍ୟପକ୍ଷରେ, ଗତ ରାତିରୁ ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି।

ଉତ୍ତର ମହାରାଷ୍ଟ୍ର ଭଳି ଦକ୍ଷିଣ ଗୁଜରାଟ ଉପକୂଳରେ ବି ପ୍ରକୋପ ଦେଖାଇପାରେ ‘ନିସର୍ଗ’। ନଭସାରୀ, ଡାଙ୍ଗ, ଡାମନ, ଦାଦରା ଓ ନଗର ହାଭେଲି ଏବଂ ସୁରତ ଆଦି ଜିଲ୍ଲାରେ ଘଣ୍ଟାପ୍ରତି ୧୦୦ରୁ ଅଧିକ କିଲୋମିଟର ବେଗରେ ପବନ ବହିବା ସହ ପ୍ରବଳ ବର୍ଷା ହୋଇପାରେ। ଏ ନେଇ ଆଇଏମ୍‌ଡି ପକ୍ଷରୁ ପୂର୍ବାନୁମାନ କରାଯିବା ସହ ଆଲର୍ଟ ଜାରି କରାଯାଇଛି।

ପ୍ରଶାସନ ପକ୍ଷରୁ ସମୁଦ୍ରକୂଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ବାତ୍ୟା ‘ନିସର୍ଗ’ର ମୁକାବିଲା ଲାଗି NDRF, କୋଷ୍ଟ୍‌ଗାର୍ଡ, ଅଗ୍ନିଶମ ବିଭାଗ ସଜାଗ ରହିଛି। ମହାରାଷ୍ଟ୍ର ଓ ଗୁଜରାଟରେ ରେଡ୍ ଆଲର୍ଟ ଜାରି କରାଯାଇଛି।

ସୂଚନାଥାଉ କି, ବାତ୍ୟା ମୁକାବିଲା ପ୍ରସ୍ତୁତି ନେଇ ସୋମବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ସମୀକ୍ଷା କରିଥିବାବେଳେ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସ୍ଥିତିର ସମୀକ୍ଷା କରିଥିଲେ।

ଆହୁରି ପଢ଼ନ୍ତୁ

‘କୃଷକ ଆତ୍ମନିର୍ଭର ଭାରତର ଆଧାର’

ଭାରତରେ ନାଁ ବଦଳାଇ ଲୋକପ୍ରିୟ ହେଉଛନ୍ତି ଚାଇନିଜ୍ ଆପ୍‌

ଜିଓକୁ ପଛରେ ପକାଇଲା ଏୟାର୍‌ଟେଲ୍‌

ମିରଟରେ ନିର୍ଭୟା ଘଟଣାର ପୁନରାବୃତ୍ତି: ଚଳନ୍ତା ବସ୍‌ରେ ମହିଳାଙ୍କୁ ଗଣଦୁଷ୍କର୍ମ

ଅକ୍ସିଜେନ୍‌ ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିଂଙ୍କ ପରଲୋକ

ଉମା ଭାରତୀଙ୍କୁ କରୋନା

ଭାଙ୍ଗିଲା ପୁରୁଣା ସମ୍ପର୍କ; ଏନ୍‌ଡିଏକୁ ବାଏ ବାଏ କଲା ସିରୋମଣି ଅକାଳି ଦଳ

ଅକ୍ଟୋବର-୧ରୁ ସିନେମା, ନାଟକ, ମୁକ୍ତାକାଶ ରଙ୍ଗମଞ୍ଚ ଓ ଯାତ୍ରା ଆଦିକୁ ଅନୁମତି

ସରକାରଙ୍କୁ ଏସଆଇଆଇ ଅଧ୍ୟକ୍ଷକଙ୍କ ପ୍ରଶ୍ନ; କରୋନା ଭ୍ୟାକ୍ସିନ୍ ପାଇଁ‌ ୮୦ ହଜାର କୋଟି ଅଛି ତ ?

ଜାତିସଂଘର ନିଷ୍ପତ୍ତି ଗ୍ରହଣ ବର୍ଗର ସଦସ୍ୟ ହେବା ପାଇଁ ଆଉ କେତେ ଦିନ ଅପେକ୍ଷା କରିବ ଭାରତ ?

ମିଳିତ ଜାତିସଂଘରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ: କରୋନା ମହାମାରୀ ବେଳେ ଜାତିସଂଘର ଭୂମିକା କୁଆଡ଼େ ଗଲା ?

You might also like