ଆସୁଛି ସାଇକ୍ଲୋନ୍ ‘ଅମ୍ପାନ୍‌ ! ଏହି ଜାଗାରେ କରିପାରେ ହିଟ୍‌

ବିଶାଖାପାଟନମ୍‌: ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ର ପୂର୍ବାନୁମାନ ଅନୁସାରେ, ଚଳିତ ସପ୍ତାହରେ ବଙ୍ଗୋପସାଗରରେ ଏକ ବାତ୍ୟା ସୃଷ୍ଟି ହୋଇପାରେ।  ବର୍ତ୍ତମାନ ଯେଉଁ ସ୍ଥିତି ଅଛି, ଯଦି ଆସନ୍ତା ୩-୪ ଦିନ ଏଭଳି ସ୍ଥିତି ଜାରି ରହିବ ଓ ଏଥିରେ କୌଣସି ପରିବର୍ତ୍ତନ ନ ହେବ ତା’ହେଲେ ସମ୍ଭାବ୍ୟ ବାତ୍ୟା ‘ଅମ୍ପାନ୍’‌ ଆନ୍ଧ୍ର ପ୍ରଦେଶରେ ହିଟ୍‌ କରିପାରେ ବୋଲି ଆକଳନ କରାଯାଉଛି।

ମିଳିଥିବା ସୂଚନା ଅନୁସାରେ, ରବିବାର ସୁଦ୍ଧା ଆନ୍ଧ୍ର ଉପକୂଳ ପାଇଁ ଆଇଏମ୍‌ଡି ପକ୍ଷରୁ କୌଣସି ସାଇକ୍ଲୋନ୍‌ ୱାର୍ଣିଂ ଜାରି କରାଯାଇନାହିଁ। ଆଗକୁ ସାଇକ୍ଲୋନ୍‌ର ସ୍ଥିତି କ’ଣ ରହିବ ସେନେଇ ଆଇଏମ୍‌ଡି ମନିଟରିଂ କରୁଛି। ରବିବାର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି। ଏହା ପରବର୍ତ୍ତୀ ପର୍ଯ୍ୟାୟରେ ପହଞ୍ଚିବା ପାଇଁ ଆଉ କିଛି ଦିନ ଲାଗିବ ବୋଲି ଜଣାପଡ଼ିଛି।

ଅନ୍ୟପକ୍ଷରେ ପାଣିପାଗ ବିଶେଷଜ୍ଞ କହିଛନ୍ତି, ସାଇକ୍ଲୋନ୍‌ ଆନ୍ଧ୍ର ପ୍ରଦେଶ ଆଡ଼କୁ ଗତି କରିବ ନା ବାଂଲାଦେଶ ଆଡ଼କୁ ମୁହାଁଇବ ସେନେଇ ହଠାତ୍‌ ଆକଳନ କରି ହେବନାହିଁ।

ସୂଚନାଥାଉ କି, ମେ’ ୭ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

ମେ’ ୭ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଉତ୍ତର, ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି। ଭଦ୍ରକ, ବାଲେଶ୍ୱର, ଯାଜପୁର କେନ୍ଦୁଝର ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ଗଜପତି, ଗଞ୍ଜାମ, ରାୟଗଡା, କଳାହାଣ୍ଡି ଓ କନ୍ଧମାଳରେ ବର୍ଷା ସମ୍ଭାବନା ରହିଛି।

ଆହୁରି ପଢ଼ନ୍ତୁ

ପରଲୋକରେ ରେଳ ରାଷ୍ଟ୍ରମନ୍ତ୍ରୀ

ଫେଲ୍ ମାରିଲା ପାକିସ୍ତାନର ହୀନ ଉଦ୍ୟମ

ସ୍ୱାମୀଙ୍କୁ ହତ୍ୟା କରି ବେଡ୍‌ ତଳେ ମୃତଦେହ ଲୁଚାଇଥିଲେ ପତ୍ନୀ, ଗନ୍ଧ ବାହାରିବାରୁ…

‘ନେତା କୈସା ହୋ.. ବାଇଡେନ ଜୈସା ହୋ’-ଏମିତି ଚାଲିଛି ଆମେରିକାରେ ନିର୍ବାଚନ ପ୍ରଚାର

ନେପାଳ ପର୍ବତାରୋହୀଙ୍କ ପରଲୋକ; ୧୦ ଥର ମାଉଣ୍ଟ ଏଭରେଷ୍ଟ ଚଢି ରେକର୍ଡ କରିଥିଲେ

ଭଲ୍ୟୁଣ୍ଟାରୀ ରିଟାୟାରମେଣ୍ଟ ନେଲେ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ, ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା

ଚାଇନା ରାଷ୍ଟ୍ରପତିଙ୍କୁ ନିନ୍ଦା କଲେ ଦଣ୍ଡ ୧୮ ବର୍ଷ ଜେଲ

୨୦୧୫ରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଗସ୍ତରେ ଖର୍ଚ୍ଚ ହୋଇଛି ୫୦୦ କୋଟିରୁ ଅଧିକ ଟଙ୍କା

ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ୍‌ ପଡ଼ିଲା ଆଳୁ, ପିଆଜ, ଡାଲି

କେବେଠୁ ହେବ ୟୁଜି ଓ ପିଜି କ୍ଲାସ? ଜାଣନ୍ତୁ…

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

୨୮ରୁ ଏହି ରାଜ୍ୟରେ ଖୋଲିବ ସ୍କୁଲ

You might also like