ଆଜି ସ୍ଥଳଭାଗ ଛୁଇଁପାରେ ବାତ୍ୟା ‘ବୁରେଭି’, ପ୍ରବଳ ବର୍ଷା ସମ୍ଭାବନା

ନୂଆଦିଲ୍ଲୀ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ବୁରେଭି’ ଆଜି ଅପରାହ୍ଣ ସୁଦ୍ଧା ଥିରୁଅନନ୍ତପୁରମ୍‌ ଉପକୂଳରେ ସ୍ଥଳଭାଗ ଛୁଇଁପାରେ। ଏହି ସମୟରେ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି।

‘ବୁରେଭି’ ପ୍ରଭାବରେ କେରଳ ଓ ତାମିଲନାଡୁରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାସହ ଘଣ୍ଟା ପ୍ରତି ୭୦ରୁ ୮୦ କିଲୋମିଟର ବେଗରେ ପବନ ମଧ୍ୟ ବହିପାରେ। ବେଳେବେଳେ ପବନର ବେଗ ୯୦ କିଲୋମିଟର ମଧ୍ୟ ରହିପାରେ।

କେରଳ ସରକାରଙ୍କ ପକ୍ଷରୁ ୪ଟି ଜିଲ୍ଲାରେ ଛୁଟି ଘୋଷଣା କରାଯାଇଛି। ପରିସ୍ଥିତିକୁ ନଜରରେ ରଖି ୨ ହଜାର ରିଲିଫ୍ କ୍ୟାମ୍ପ ଖୋଲା ଯାଇଛି। ଥିରୁଅନନ୍ତପୁରମ୍‌ ବିମାନବନ୍ଦର ସକାଳ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ରହିବ।

You might also like