ପ୍ରଳୟ ରଚିଲା ଅମ୍ପନ୍‌: ବଡ଼ ବଡ଼ ବିଲ୍ଡିଂ କ୍ଷତିଗ୍ରସ୍ତ, ୧୨ ମୃତ

କୋଲକାତା: ପଶ୍ଚିମବଙ୍ଗରେ ଲ୍ୟାଣ୍ଡ୍‌ଫଲ୍‌ କରିଥିବା ବାତ୍ୟା ‘ଅମ୍ପନ୍’‌ ପ୍ରଳୟ ରଚିଛି। ଏହାର ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଘରଦ୍ୱାର ଭାଙ୍ଗିବା ସହ ଗଛ ଉପୁଡ଼ି ରାସ୍ତା ଉପରେ ପଡ଼ି ରହିଥିବା ଦେଖିବାକୁ ମିଳିଛି।

ଏପରିକି ଇଲେକ୍ଟ୍ରିକ୍‌ ଖୁଣ୍ଟ ମଧ୍ୟ ଭାଙ୍ଗି ଯାଇଛି। ବଡ଼ ବଡ଼ କୋଠା ଘର ମଧ୍ୟ ଅମ୍ଫାନ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଛି। ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ସର୍ବାଧିକ ଘଣ୍ଟାପ୍ରତି ୧୮୫ କି.ମି. ବେଗରେ ପବନ ବହିବା ସହ ୧୫ ଫୁଟ୍‌ ଉଚ୍ଚର ଜୁଆର ମାଡ଼ି ଆସିଥିଲା ବୋଲି ସୂଚନା ମିଳିଛି।

ଅମ୍ପନ୍‌ ଯୋଗୁ ୧୦ରୁ ୧୨ ଜଣଙ୍କର ମୃତ୍ୟୁ ଘଟିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।ହେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମାତ୍ର ୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଏହି ସଂଖ୍ୟା ୧୨କୁ ବୃଦ୍ଧି ପାଇବାର ଆଶଙ୍କା ରହିଛି ବୋଲି କହିଛନ୍ତି।

ଉତ୍ତର ଓ ଦକ୍ଷିଣ ୨୪ ପ୍ରଗଣା ବାତ୍ୟା ଅମ୍ପନ୍‌ରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଉତ୍ତର ୨୪ ପ୍ରଗଣାରେ ଗଛ ପଡ଼ି ଜଣେ ମହିଳା ଓ ପୁରୁଷ ପ୍ରାଣ ହରାଇଛନ୍ତି। ସେହିପରି ହାୱଡାରେ ଜଣେ ୧୩ ବର୍ଷୀୟ ଝିଅ ଉପରେ ଗଛ ପଡ଼ିବାରୁ ତାଙ୍କର ମୃତ୍ୟୁ ଘଟିଛି।

You might also like