କରୋନା ଭାଇରସ୍ ସୂଚନାକୁ ବ୍ୟବହାର କରି କ୍ରେଡିଟ୍ କାର୍ଡରୁ ହେଉଛି ଡାଟା ଚୋରି

ନୂଆଦିଲ୍ଲୀ: ସାରା ବିଶ୍ୱ ଏବେ ମହାମାରୀ କରୋନାର ମୁକାବିଲା କରୁଥିବାବେଳେ କିଛି ଲୋକ ଏବେ ଏହାର ଫାଇଦା ଉଠାଇବା ଆରମ୍ଭ କରି ଦେଇଛନ୍ତି। କରୋନା ଭାଇରସ୍ ସମ୍ବନ୍ଧୀୟ ସୂଚନା ଦେବାର ପ୍ରଲୋଭନ ଦେଖାଇ ଲୋକଙ୍କ  କ୍ରେଡିଟ୍ କାର୍ଡରୁ ଡାଟା ଚୋରି ହେଉଥିବା ଘଟଣା ଏବେ ସାମ୍ନାକୁ ଆସିଛି। ଇଣ୍ଟରପୋଲର ସୂଚନାକୁ ଆଧାର କରି CBI(Central Bureau of Investigation) ରାଜ୍ୟ, କେନ୍ଦ୍ର ଶାସିତ ଅଞ୍ଚଳ ଓ କେନ୍ଦ୍ରୀୟ ଏଜେନ୍ସି ଗୁଡିକୁ ସତର୍କ କରାଇଛି।

ସେରବର୍ସ(Cerberus ) ନାମକ ଏକ ମାଲିସିୟସ (Malicious) ସଫ୍ଟୱେୟାର ମାଧ୍ୟମରେ ଫାଇନାନ୍ସିଆଲ ଡାଟା ଯେପରିକି କ୍ରେଡିଟ୍ କାର୍ଡର ସମ୍ପୂର୍ଣ୍ଣ ତଥ୍ୟ ଚୋରି ହେଉଥିବା ଜଣାପଡ଼ିଛି। ମହାମାରୀ କରୋନା ସମ୍ବନ୍ଧୀୟ ଅପଡେଟକୁ ନେଇ ଡାଟା ଚୋରି ହେଉଥିବା ସୂଚନା ମିଳିଛି। ଯାହା ଏବେ ସମସ୍ତଙ୍କ ପାଇଁ ଚିନ୍ତାଜନକ ହୋଇପଡ଼ିଛି।

ମେସେଜ ମାଧ୍ୟମରେ ପ୍ରଥମେ ଟ୍ରୋଜାନ୍ ଭାଇରସ୍(Trojan virus) ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କ ସହ ଯୋଗାଯୋଗ କରିଥାଏ। ଏହାପରେ କୋଭିଡ-୧୯ ସମ୍ବନ୍ଧୀୟ ଅପଡେଟ ପ୍ରଦାନ ନେଇ ଏକ ଲିଙ୍କରେ କ୍ଲିକ୍ କରିବାକୁ କହିଥାଏ। ଯଦି କେହି ଏହି ଲିଙ୍କକୁ କ୍ଲିକ୍ କରନ୍ତି, ତେବେ ସେମାନଙ୍କ ଫୋନରେ ଏକ ମାଲିସିୟସ ଆପ୍ଲିକେସନ installed ହୋଇଥାଏ। ଯାହା ବହୁ ଗୁରୁତ୍ୱପୂର୍ଣ୍ଣ ଫାଇନାନ୍ସିଆଲ ଡାଟା ଚୋରି କରିଥାଏ। ଏହାପରେ ଏହି ତଥ୍ୟକୁ ବ୍ୟବହାର କରି କ୍ରେଡିଟ୍ କାର୍ଡରୁ ମନଇଚ୍ଛା ଟଙ୍କା କାରବାର ହୋଇଥାଏ।

You might also like