ଆସନ୍ତା କାଲିଠାରୁ ଏହି ସହରରେ ଲାଗୁ ହେବ କର୍ଫ୍ୟୁ
ଅହମ୍ମଦାବାଦ: ଗୁଜୁରାଟର ରାଜଧାନୀରେ ଦିନକୁଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଆସନ୍ତାକାଲିଠାରୁ ଅହମ୍ମଦାବାଦ ମୁନିସ୍ପାଲ କର୍ପୋରେଶନ୍ କର୍ଫ୍ୟୁ ଲାଗୁକରିବାକୁ ଯାଉଛି। ଏହି କର୍ଫ୍ୟୁ ରାତି ୯ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ବଳବତ୍ତର ରହିବ।
ଗୁଜୁରାଟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ ଅହମ୍ମଦାବାଦରେ ବର୍ତ୍ତମାନ ପର୍ଯ୍ୟନ୍ତ ୪୫ ହଜାର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୦ ହଜାର ସୁସ୍ଥ ହୋଇଥିବାବେଳେ ୨ ହଜାର ଆକ୍ରାନ୍ତ କାଜୁଆଲ୍ଟିରେ ଅଛନ୍ତି।
ସେହିପରି ସରକାରୀ କୋଭିଡ୍ ୧୯ ଡ୍ୟାସ୍ବୋର୍ଡ ଆଜି ପର୍ଯ୍ୟନ୍ତ ଗୁଜୁରାଟରେ ୧୨ ହଜାର ୪୫୭ ଆକ୍ଟିଭ୍ କେଶ୍ ରହିଥିବା ନିଶ୍ଚତ କରିଛି। ସେମାନଙ୍କ ମଧ୍ୟରୁ ୮୩ ଜଣ ଏବେ ଭେଣ୍ଟିଲେଟରରେ ରହି ଚିକିତ୍ସିତ ହେଉଛନ୍ତି।
ତେବେ ଆଜି ପର୍ଯ୍ୟନ୍ତ ଗୁଜୁରାଟରେ ୬୯ ଲକ୍ଷ ୭୮ ହଜାର ୨୪୯ଟି କରୋନା ସାମ୍ପଲ୍ ଟେଷ୍ଟ କରାଯାଇଥିବା ସୂଚନା ଦିଆଯାଇଛି।