ଆତଙ୍କୀ ଗୁଳିରେ ଗଲା ବାଳକର ଜୀବନ, ସହିଦ ହେଲେ ଯବାନ

ଶ୍ରୀନଗର:  ଜାମ୍ମୁ-କାଶ୍ମୀର ଆତଙ୍କବାଦୀଙ୍କ ବର୍ବର କାଣ୍ଡ। ଆତଙ୍କୀ ଗୁଳିରେ ଗଲା ଶିଶୁର ଜୀବନ, ସହିଦ ହେଲେ ଯବାନ। ଜାମ୍ମୁକାଶ୍ମୀରର ଅନନ୍ତନାଗରେ ଆତଙ୍କବାଦୀ ଆକ୍ରମଣରେ ଜଣେ ବାଳକର ମୃତ୍ୟୁ ହୋଇଥିବା ବେଳେ ଜଣେ ଯବାନ ସହିଦ ହୋଇଛନ୍ତି।

ମଧ୍ୟାହ୍ନ ୧୨.୫ ସମୟରେ ଅନନ୍ତନାଗ ଜିଲ୍ଲା ବିଜବେହାରା ସିଆର୍‌ପିଏଫ୍‌ ପାଟ୍ରୋଲିଂ ଟିମ୍ ଉପରେ ଗୁଳି ଚଳାଇଥିଲେ ଆତଙ୍କବାଦୀ। ସୁରକ୍ଷା ପାଇଁ ମୃତୟନ ଥିବା ଯାବନଙ୍କ ଉପରେ ମୋଟର ସାଇକେଲ୍‌ରେ ଆସି ଆତଙ୍କବାଦୀ ଗୁଳି ଚଳାଇଥିବା ନେଇ ସିଆର୍‌ପିଏଫ୍‌ ସୂଚନା ଦେଇଛି।

ଏଥିରେ ୧୨ ବର୍ଷର ଜଣେ ବାଳକ ଓ ଜଣେ ଯବାନ ଗୁରୁତର ଆହତ ହୋଇଥିଲେ। ଏହାପରେ ତୁରନ୍ତ ସେମାନଙ୍କୁ ବିଜବେହାରା ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

ସୂଚନା ଥାଉକି, ଆଜି ୩ ଆତଙ୍କବାଦୀକୁ ଏନ୍‌କାଉଣ୍ଟର କରିଛି ସେନା। ପୁଲମାୱାମା ଜିଲ୍ଲା ତ୍ରାଲର ଚିୱା ଉଲ୍ଲାର ଅଞ୍ଚଳରେ ଏହି ଏନ୍‌କାଉଣ୍ଟର ହୋଇଛି। ଗୁରୁବାର ଠାରୁ ଏହି ଆତଙ୍କବାଦ ଓ ସେନା ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଶୁକ୍ରବାର ସକାଳେ ୩ ଆତଙ୍କବଦୀକୁ ସଫା କରିଦେଇଥିଲେ ଯବାନ।

ଜାମ୍ମୁ-କାଶ୍ମୀର ବର୍ତ୍ତମାନ ଜୋର୍‌ସୋର୍‌ରେ ଆତଙ୍କବାଦୀ ଦମନ ଅଭିଯାନ ଜାରି ରଖିଛି ସେନା। ଆଜିର ଏନ୍‌କାଉଣ୍ଟରକୁ ମଶାଇ କେବଳ ଜୁନ୍‌ ମାସରେ ଦକ୍ଷିଣକାଶ୍ମୀରୀ ଅଞ୍ଚଳରେ ୧୨ ଥର ଏନ୍‌କାଉଣ୍ଟର କଲାଣି ସେନା। ଏଥିରେ ୩୩ ଆତଙ୍କବାଦୀ ନିହତ ହୋଇଛନ୍ତି।

 

ଆହୁରି ପଢ଼ନ୍ତୁ

ଯେମିତି ନିର୍ବାଚନ, ସେଇ ପଦ୍ଧତିରେ ହେବ ଦେଶରେ କୋଭିଡ୍ ଟିକାକରଣ

ଆର୍‌ବିଆଇ ଗଭର୍ଣ୍ଣରଙ୍କୁ କରୋନା

ସିଏଏକୁ ନେଇ ମୋହନ ଭାଗବତଙ୍କ ମନ୍ତବ୍ୟରେ କଡ଼ା ପ୍ରତିକ୍ରିୟା ରଖିଲେ ଅସଦୁଦ୍ଦିନ ଓୱେସୀ

ବାଃ କୋଭିଡ୍‌ ଯୋଦ୍ଧା, ଅସୁସ୍ଥ କରୋନା ରୋଗୀଙ୍କୁ ଅଧକିଲୋମିଟର ପିଠିରେ ବୋହି ଆମ୍ବୁଲାନ୍ସରେ ବସାଇଲେ

ହାଥରସ୍ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ତଦନ୍ତକାରୀ ଅଧିକାରୀ ପତ୍ନୀଙ୍କ ଆତ୍ମହତ୍ୟା

ବିହାର ଲୋକେ ନୀତୀଶଙ୍କ ଉପରେ କେବଳ ରାଗୁ ନାହାନ୍ତି, ତାଙ୍କୁ ଘୃଣା ବି କରୁଛନ୍ତି; ତେଜସ୍ୱୀ ଯାଦବ

ରେଳବାଇର କୋଭିଡ୍‌ କେୟାର କୋଚ୍‌ରେ ମହାରାଷ୍ଟ୍ରର ଜଣେ ବି ରୋଗୀ ଆଡ୍‌ମିଶନ ହୋଇ ନାହାନ୍ତି

ଏପଟେ ପୂଜା ସେପଟେ ପତ୍ନୀଙ୍କୁ ହତ୍ୟା ! ପୂଜା ଘର ଭିତରୁ ମିଳିଲା ମୃତଦେହ

ଜେଡିଆର୍‌ ପାର୍ଟି ନେତାଙ୍କୁ ଗୁଳି କରି ହତ୍ୟା ଘଟଣାରେ ବଡ଼ ଖୁଲାସା

‘ଭାରତର କଡ଼ା ଜବାବରେ ଭୟଭୀତ ଚାଇନା’

ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଜନାଥ ସିଂ

ମନ କି ବାତ୍‌: ଯବାନଙ୍କ ପାଇଁ ଦୀପ ଜାଳିବାକୁ କହିଲେ ପ୍ରଧାନମନ୍ତ୍ରୀ

You might also like