କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ
ବେଙ୍ଗାଲୁରୁ: ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ନାଁରେ ଅପରାଧିକ ମାମଲା ରୁଜୁ ହୋଇଛି। କେରଳର ଟୁମ୍କୁର JMFCକୋର୍ଟରେ କ୍ରିମିନାଲ କେସ୍ ରୁଜୁ ହୋଇଛି। କେନ୍ଦ୍ର ସରକାରଙ୍କର ବିବାଦୀୟ କୃଷକ ବିଲ୍ ବିରୋଧରେ ବିକ୍ଷୋଭ କରୁଥିବା କୃଷକଙ୍କ ବିରୋଧରେ କଙ୍ଗନାଙ୍କ ଟ୍ୱିଟ୍କୁ ବିରୋଧରେ କୋର୍ଟରେ ଏପରି ମାମଲା କରାଯାଇଛି। ଏସମ୍ପର୍କିତ ଏକ ଟ୍ୱିଟ୍ରେ ବିକ୍ଷୋଭକାରୀ ଓ କୃଷକଙ୍କୁ ଉସ୍କାଉଥିବା ଲୋକଙ୍କୁ ‘ଆତଙ୍କବାଦୀ’ ବୋଲି କହିଥିଲେ କଙ୍ଗନା।
ସେପ୍ଟେମ୍ବର ୨୦ ତାରିଖରେ ଏହି ଟ୍ୱିଟ୍ କରିଥିଲେ କଙ୍ଗନା ରାଣାୱତ। ଯାହାକୁ ନେଇ ତାଙ୍କ ବିରୋଧରେ IPCର ଧାରା 44, 108, 153, 153A ଏବଂ504 ଧାରାରେ ମାମଲା ହୋଇଛି।
ଏମ୍ଏସ୍ପିକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଏକ ଟ୍ୱିଟ୍ରେ ପ୍ରତିକ୍ରିୟା ଦେଇ କଙ୍ଗାନା ଟ୍ୱିଟ୍ କରିଥିଲେ “ପ୍ରଧାନମନ୍ତ୍ରୀ ଜୀ ଯଦି କେହି ଶୋଇଛି ତେବେ ତାକୁ ଉଠାଯାଇପାରେ, ଭୁଲ ବୁଝାମଣା ଥିଲେ ତାଙ୍କୁ ବୁଝାଇ ଦିଆଯାଇପାରେ, କିନ୍ତୁ ଯିଏ ଶୋଇବାର ଅଭିନୟ କରେ ଓ ଅବୁଝା ହେବାର ଅଭିନୟ କରେ ତାଙ୍କୁ ଆପଣ ବୁଝାଇଲେ ବି କିଛି ଲାଭ ହେବନି। ଏମାନେ ସେହି ଆତଙ୍କବାଦୀ, ସିଏଏରେ କାହାର ବି ନାଗରିକତା ଗଲାନି କିନ୍ତୁ ଏମାନେ ରକ୍ତର ନଦୀ ବୁହାଇଦେଲେ।”
କୃଷକ ବିଲ୍କୁ ନେଇ ଗୋଟିଏ ପରେ ଗୋଟିଏ ଅନେକ ଟ୍ୱିଟ୍ କରିଛନ୍ତି କଙ୍ଗନା। ବିକ୍ଷୋଭକାରୀଙ୍କୁ ଉସ୍କାଉଥିବା ଲୋକଙ୍କ ଆତଙ୍କବାଦୀ କହିବା ସହିତ ସେମାନଙ୍କୁ କଡ଼ା ନିନ୍ଦା କରିଛନ୍ତି।