କୁକୁରଙ୍କ ପାଇଁ ସମାଧି

ଜାମସେଦପୁର: ଆପଣ ମୃତ ବ୍ୟକ୍ତିଙ୍କ ପାଇଁ ସମାଧି ନିର୍ମାଣ କରାଯାଉଥିବା କଥା ଜାଣିଛନ୍ତି। କିନ୍ତୁ କେବେ କୁକୁରଙ୍କ ପାଇଁ ସମାଧି ନିର୍ମାଣ କଥା ଶୁଣିଛନ୍ତି କି? ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏକଥା ସତ।

ଝାଡ଼ଖଣ୍ଡର ଜାମସେଦପୁରରେ ରହିଛି ଏମିତି ଏକ ସ୍ଥାନ ରହିଛି ଯେଉଁଠି କୁକୁରଙ୍କ ସମାଧି ପାଇଁ ଉକ୍ତ ସ୍ଥାନଟି ଉଦ୍ଦିଷ୍ଟ। ଜାମସେଦପୁରର ଟାଟା ମୋଟର୍ସ କେନେଲ୍‌ କ୍ଲବ୍‌ ପରିସରରେ ରହିଛି ଏହି ସମାଧି ସ୍ଥଳ।

କୁକୁରଙ୍କ ମୃତ୍ୟୁ ପରେ ଏଣେ ତେଣେ ନଫୋପାଡ଼ି ସେମାନଙ୍କୁ ଏଠାରେ ସମାଧି ଦିଆଯାଉଛି। କମ୍ପାନୀ ସେବାରେ ନିୟୋଜିତ କୁକୁରଙ୍କ ସ୍ମୃତିରେ ଏଭଳି କରାଯାଉଛି। ବର୍ତ୍ତମାନ ଏହି କ୍ଲବ୍‌ରେ ୧୦ଟି କୁକୁର ରହିଛନ୍ତି। ସେମାନଙ୍କୁ ଡଗ୍‌ ସ୍କ୍ୱାଡ୍‌ରେ ଟ୍ରେନିଂ ପାଉଥିବା କୁକୁରଙ୍କ ଭଳି ଟ୍ରେନିଂ ଦିଆଯାଉଛି।  ଏମାନେ କମ୍ପାନୀର ସୁରକ୍ଷା କାମରେ ନିୟୋଜିତ ରହିଥାନ୍ତି।  ଏହା ସହ ବିଭିନ୍ନ ସମୟରେ ସ୍ଥାନୀୟ ପୁଲିସ୍‌ର ସହାୟତା ମଧ୍ୟ କରିଥାନ୍ତି ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ

କରୋନା ଆକ୍ରନ୍ତଙ୍କ ଖୁସି ପାଇଁ ନାଚିଲେ ଡାକ୍ତର, ଭିଡିଓ ଭାଇରାଲ

‘ମୋଦି-ଟ୍ରମ୍ପ୍‌ଙ୍କ ସମ୍ପର୍କ ଅତି ନିବିଡ଼’

କମଳନାଥଙ୍କ ବିବାଦୀୟ ବୟାନକୁ ନେଇ ତାତିଲେ ଇମରତୀ ଦେବୀ, କହିଲେ….

ପାକିସ୍ତାନ ଛାଡ଼ିଲେ ଏହି ପପୁଲାର୍‌ ଟିକ୍‌ଟକ୍‌ ଷ୍ଟାର, ପାକିସ୍ତାନୀଙ୍କୁ ଦୋଷ ଦେଇ କହିଲେ…

ପାକିସ୍ତାନରେ ତେଜୁଛି ବିରୋଧୀଙ୍କ ସ୍ୱର: କବାଟ ଭାଙ୍ଗି ନୱାଜ ସରିଫଙ୍କ ଜ୍ୱାଇଁଙ୍କୁ ଉଠାଇ ନେଲା‌ ପୋଲିସ

ଆତ୍ମଘାତୀ କାର୍‌ ବିସ୍ଫୋରଣରେ ୧୨ ମୃତ, ୧୨୦ ଆହତ

ଆଜିଠୁ ଏହିସବୁ ରାଜ୍ୟରେ ଖୋଲିଲା ସ୍କୁଲ୍‌

ମିଜୋରାମ-ଆସାମ ସୀମାନ୍ତରେ ବଢୁଛି ଉତ୍ତେଜନା, କଡ଼ାକଡ଼ି ହେଲା ସୁରକ୍ଷା ବ୍ୟବସ୍ଥା

ଦେଶରେ ଗୋଷ୍ଠୀ ସଂକ୍ରମଣ ହୋଇଥିବା ସ୍ୱୀକାର କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ଗ୍ୟାଙ୍ଗଷ୍ଟର ଟାଇଗରକୁ ମାରିଦେଲେ

ଦୁଇ ମହିଳା ଗାଡ଼ିରୁ ଡେଇଁ ପଡ଼ିବା ଦେଖି କାର୍‌ର ପିଛା କଲେ ଲୋକେ, ତା ପରେ…

ଧାରା ୩୭୦ ଉଚ୍ଛେଦକୁ କରୋନା ଭାଇରସ ସହିତ ତୁଳନା କଲେ ଜାମ୍ମୁ ଓ କାଶ୍ମୀର ନେତା

You might also like