କଂଗ୍ରେସ ସହ ମେଣ୍ଟ ନୁହେଁ ଆସନ ବୁଝାମଣା ହୋଇଛି: ସିପିଏମ୍‌

ନୂଆଦିଲ୍ଲୀ: ଆସନ୍ତା ନିର୍ବାଚନରେ ଓଡ଼ିଶାରେ କଂଗ୍ରେସ ସହ ମେଣ୍ଟ କରିବନି ସିପିଏମ୍। ଆଜି ଏହା ସ୍ପଷ୍ଟ କରିଛନ୍ତି ସିପିଏମ୍ ମହାସଚିବ ସୀତାରାମ ୟେଚୁରୀ।

ଦିଲ୍ଲୀରେ ୟେଚୁରୀ କହିଛନ୍ତି, “ରାଜ୍ୟରେ କଂଗ୍ରେସ କିମ୍ବା ଅନ୍ୟ କାହା ସହ ଆମର ମେଣ୍ଟ ହେବନି। କଂଗ୍ରେସ ସହ ୨ଟି ଜାଗାରେ ପାରସ୍ପରିକ ବୁଝାମଣା ହେବ। ବଣାଇ ବିଧାନସଭା ଆସନରେ କଂଗ୍ରେସ ସିପିଏମ୍ ପ୍ରାର୍ଥୀଙ୍କୁ ସମର୍ଥନ କରିବ। ସେହିପରି ସୁନ୍ଦରଗଡ଼ ଲୋକସଭା ଆସନରେ ଆମେ କଂଗ୍ରେସକୁ ସମର୍ଥନ କରିବୁ।”

ସେ ଆହୁରି କହିଛନ୍ତି, “ବିଜେପି, ବିଜେଡି ବିରୋଧରେ ଭୋଟ ଯିବା ଆମର ମୂଳଲକ୍ଷ୍ୟ। ସଂସଦୀୟ କ୍ଷେତ୍ରରେ ବିଜେପିକୁ ଦୂରେଇ ରଖିବା ଓ ବିଧାନସଭା କ୍ଷେତ୍ରରେ ବିଜେଡି ବିରୋଧରେ ଭୋଟ ଯିବା ଆମ ଲକ୍ଷ୍ୟ।”

You might also like