ବଦଳିଲେ ମାଓ ସଂଗଠନର ମହାସଚିବ

ହାଇଦ୍ରାବାଦ: ଏଣିକି ମାଓ ସଂଗଠନର ନେତୃତ୍ୱ ନେବେ ବାସବରାଜୁ। ଏ ନେଇ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ମାଓବାଦୀ କେନ୍ଦ୍ରୀୟ କମିଟିରେ ନିଷ୍ପତ୍ତି ନିଆଯାଇଛି। ବାସବରାଜୁ ଓରଫ୍‌ ନାମ୍ବାଲା କେଶବ ରାଓ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ମାଓବାଦୀଙ୍କ ମହାସଚିବ ରହିବେ।

ପୂର୍ବରୁ ଏହି ଦାୟିତ୍ୱରେ ଥିବା ଗଣପତି ସ୍ୱାସ୍ଥ୍ୟଗତ କାରଣରୁ ଅବସର ନେବାକୁ ଚାହିଁଥିଲେ। ଦଳର କେନ୍ଦ୍ରୀୟ କମିଟି ବୈଠକରେ ଗଣପତିଙ୍କୁ ଦାୟିତ୍ୱରୁ ଅବ୍ୟାହତି ଦେବାକୁ ନିଷ୍ପତ୍ତି ନିଆଯାଇଛି। ଏ ନେଇ ପ୍ରେସ୍ ରିଲିଜ୍ ଜରିଆରେ ପାର୍ଟିର କେନ୍ଦ୍ରୀୟ କମିଟି ପ୍ରବକ୍ତା ଅଭୟ ସୂଚନା ଦେଇଛନ୍ତି। ମାଓ ନେତା ଗଣପତି ୧୯୯୨ରୁ ମାଓ ସଂଗଠନ ମହାସଚିବ ଥିଲେ।

You might also like