୪ ଭୋକିଲା କୁକୁର ଛୁଆକୁ କ୍ଷୀରପାନ କରାଇଲା ଗାଈ; ଭିଡିଓ ଭାଇରାଲ
ମା‘ର ହୃଦୟ ତା’ର ସନ୍ତାନ ପାଇଁ ସବୁବେଳେ ମମତାରେ ଛଳଛଳ। ସନ୍ତାନର ଆଖିରେ ଲୁହ ଦେଖିଲେ ବିଳପି ଉଠେ ମା’ର ହୃଦୟ। ସେ ସନ୍ତାନ ତା’ର ନିଜର ହେଉ ବା ଅନ୍ୟର। ଏମିତି ଏକ ଭିଡିଓ ଏବେ ଭାଇରାଲ ହୋଇଛି ଯାହା ଅନାବିଳ ମାତୃତ୍ୱର ଏକ ଜ୍ୱଳନ୍ତ ଉଦାହରଣ କହିଲେ ଅତ୍ୟୁକ୍ତି ହେବନି।
ଭିଡିଓରେ ଦେଖିବାକୁ ମିଳିଛି, ଗୋଟିଏ ଗାଈ ୪ଟି ଛୋଟ ଛୋଟ କୁକୁରକୁ କ୍ଷୀର ପିଇବାକୁ ଦେଉଛି। ସୋଶାଲ ମିଡିଆରେ ଏହି ଭିଡିଓ ଖୁବ୍ ଭାଇରାଲ ହୋଇଛି। ଲୋକେ ବି ବହୁତ ପସନ୍ଦ କରିଛନ୍ତି ଏହି ଭିଡିଓକୁ। ଏହି ଭିଡିଓକୁ ଇଣ୍ଡିଆନ ଫରେଷ୍ଟ ସର୍ବିସର ଅଫିସର ସୁଶାନ୍ତ ନନ୍ଦା ଟ୍ୱିଟରରେ ଶେୟାର କରିଛନ୍ତି। ଏଥି ସହିତ ଏକ ହୃଦୟଛୁଆଁ କ୍ୟାପ୍ସନ ଦେଇଛନ୍ତି।
ଏହି ଭିଡିଓରେ ଗାଈଟିଏ ଶୋଇଛି। ୪ଟି ଭୋକିଲା କୁକୁର ଛୁଆ ତା‘ଠାରୁ ନିର୍ଭୟରେ କ୍ଷୀର ପାନ କରୁଛନ୍ତି। ଯେମିତି ତା‘ର ନିଜ ମା’ଠାରୁ କ୍ଷୀର ପାନ କରୁଛନ୍ତି । ଏହା ଉପରେ ଆଇଏଫଏସ୍ ସୁଶାନ୍ତ ନନ୍ଦ ଲେଖିଛନ୍ତି- ‘ ମା’ ସ୍ୱର୍ଗଦୂତ ଅଟେ। ନିଜ ପିଲାମାନଙ୍କ ଭିତରେ ପାତରଅନ୍ତର ରଖେନି କିମ୍ବା ଭଗବାନଙ୍କ ପିଲାମାନଙ୍କ ମଧ୍ୟରେ ବି ରଖେନି।’
ଜୁଲାଇ ୨୩ ତାରିଖ ସକାଳେ ସୁଶାନ୍ତ ଏହି ଭିଡିଓକୁ ଶେୟାର କଲେ। ବର୍ତ୍ତମାନ ସୁଦ୍ଧା ଏହି ଭିଡିଓ ୨ ହଜାରରୁ ଅଧିକ ଭିଉ ହେଲାଣି। ଲୋକଙ୍କୁ ଏହି ଭିଡିଓ ଖୁବ୍ ପସନ୍ଦ ହୋଇଛି।
Mothers are angels🙏
Don’t differentiate among its kids,
Nor among the children of god.. pic.twitter.com/snQvmCNiWn— Susanta Nanda IFS (@susantananda3) July 23, 2020