କୋଭିଶିଲଡ ଟିକାର ଦ୍ୱିତୀୟ ଡୋଜ ନେବାପାଇଁ ସମୟ ବ୍ୟବଧାନରେ ପରିବର୍ତ୍ତନ

ନୂଆଦିଲ୍ଲୀ: କୋଭିଶିଲଡ ଟିକାର ଦ୍ୱିତୀୟ ଡୋଜ ନେବାପାଇଁ ସମୟ ବ୍ୟବଧାନରେ ପରିବର୍ତ୍ତନ। ପୂର୍ବରୁ ପ୍ରଥମ ଡୋଜ ଟିକା ନେବାର ୪ ସପ୍ତାହ ଅର୍ଥାତ ୨୮ ଦିନ ପରେ ଦ୍ୱିତୀୟ ଡୋଜ ନେବାକୁ ଧାର୍ଯ ହୋଇଥିଲା। ଏବେ ଦ୍ୱିତୀୟ ଡୋଜ ପାଇଁ ସମୟ ବ୍ୟବଧାନରେ ପରିବର୍ତ୍ତନ କରଯାଇ ଏହାକୁ ୬ ସପ୍ତାହ ବା ୪୨ ଦିନ କରାଯାଇଛି ଅର୍ଥାତ ଜୋଭିଶିଲ୍ଡ ଟିକାର ପ୍ରଥମ ଡୋଜ ନେବାର ୪୨ ଦିନ ପରେ ଏବେ ଦ୍ୱିତୀୟ ଡୋଜ ନେଇପାରିବେ। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଏହି ପରିବର୍ତ୍ତନ କରିଛନ୍ତି।

ତେଣୁ କୋଭିଶିଲଡ ନେବାର ୪ ସପ୍ତାହ ପରେ ଦ୍ୱିତୀୟ ଡୋଜ ନେବାପାଇଁ ଆସୁଛନ୍ତି। ସେମାନଙ୍କ ଟିକାକରଣ ହୋଇପାରିବ ନାହିଁ। ଆଜିଠୁ କୋ-ଓ୍ବିନ ପୋର୍ଟାଲରେ ଏହି ପରିବର୍ତ୍ତନ କରାଯାଇଛି। ଏ ସମ୍ପର୍କରେ ସମସ୍ତ ଜିଲ୍ଲାପାଳ ଏବଂ ମୁନିସିପାଲ କମିଶନରଙ୍କୁ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଅବଗତ କରାଯାଇଛି। ସମସ୍ତ ଟିକାକରଣ କେନ୍ଦ୍ରକୁ ଏ ସମ୍ପର୍କରେ ଜଣଇବା ପାଇଁ ମଧ୍ୟ କୁହାଯାଇଛି।

 

You might also like