ମାର୍ଚ୍ଚରେ ବଜାରକୁ ଆସିବ କରୋନା ଭ୍ୟାକସିନ୍ !

ନୂଆଦିଲ୍ଲୀ: ଆସନ୍ତାବର୍ଷ ମାର୍ଚ୍ଚ ସୁଦ୍ଧା ଭାରତକୁ ମିଳିପାରେ କରୋନା ଭ୍ୟାକସିନ୍। ସେରମ ଇନ୍‌ଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ କୋଭିସିଲ୍‌ଡ ଆସନ୍ତା ମାର୍ଚ୍ଚ ସୁଦ୍ଧା ବଜାରକୁ ଆସିପାରେ। ଏନେଇ ସୂଚନା ଦେଇଛନ୍ତି ସେରମ୍‌ କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଡାକ୍ତର ସୁରେଶ ଯାଦବ।

ଭାରତ ପାଖରେ ଚଳିତ ବର୍ଷ ଡିସେମ୍ବର ଶେଷ ସୁଦ୍ଧା କୋଭିସିଲ୍ଡ୍ ଟୀକା ଉପଲବ୍ଧ ହେବ। କିନ୍ତୁ ସାଧାରଣ ବଜାରରେ ଲୋକଙ୍କୁ ଏହା ମାର୍ଚ୍ଚରେ ମିଳିପାରେ। ଡିସେମ୍ବର ସୁଦ୍ଧା ଭାରତକୁ ୬ରୁ ୭ କୋଟି ଡୋଜ୍ ମିଳିବ। ଯାହାକୁ ଡ୍ରଗ୍ସ କଣ୍ଟ୍ରୋଲର୍ ଜେନେରାଲ୍ ଅଫ ଇଣ୍ଡିଆ-DCGI ଓ ଅନ୍ୟ ସଂସ୍ଥାର ଅନୁମତି ପରେ ଲୋକଙ୍କ ପାଖରେ ପହଞ୍ଚାଯିବ।

ଲାଇସେନ୍ସ ମିଳିବା ପରେ ଏହାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ବିଶେଷ ଭାବେ ବ୍ୟବସ୍ଥା କରାଯିବ। ଏହାସହ ବଜାରରେ ଏହାକୁ ପହଞ୍ଚାଇବା ପାଇଁ ଏକାଧିକ ସଂସ୍ଥା କାମ କରୁଥିବା କହିଛନ୍ତି ଡାକ୍ତର ଯାଦବ।

ଟୀକାକୁ ଲାଇସେନ୍ସ ମିଳିବା ପରେ ସେରମ ପ୍ରତିବର୍ଷ ୭୦ରୁ ୮୦ କୋଟି ଡୋଜ୍ ପ୍ରସ୍ତୁତ କରିପାରିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି। କୋଭିସିଲ୍ଡକୁ ଅକ୍ସଫୋର୍ଡ ୟୁନିଭର୍ସିଟି ଓ ଆଷ୍ଟ୍ରାଜେନେକା ଦ୍ୱାରା ବିକଶିତ କରାଯାଇଛି। କୋଭିସିଲ୍ଡର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ସରିଛି।

ଆହୁରି ପଢ଼ନ୍ତୁ

କରୋନାରେ ମୃତ ବ୍ୟକ୍ତିଙ୍କ ଅଟୋପ୍ସି ରିପୋର୍ଟରେ ଆସିଲା ଚମକାଇ ଦେଲା ଭଳି ତଥ୍ୟ

ଦିନକରେ ଆଖି ବୁଜିଲେ ୧୮ କରୋନା ରୋଗୀ

ଓଡ଼ିଶାରେ ତଳ ମୁହାଁ କରୋନା ଗ୍ରାଫ୍‌, ଦିନକରେ ୧,୭୯୩ ପଜିଟିଭ୍‌ ଚିହ୍ନଟ

ଆମେରିକାରେ କରୋନା ଆକ୍ରାନ୍ତଙ୍କୁ ଦିଆଯିବ ରେମେଡସିଭିର୍

ଆଶ୍ୱସ୍ତିର ଖବର; କୋଭାକ୍ସିନକୁ ମିଳିଲା ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ଅନୁମତି

ରାଜ୍ୟରେ ସୁସ୍ଥ ହେଲେ ଆଉ ୨୧୨୮ କରୋନା ଆକ୍ରାନ୍ତ

ମାଗଣାରେ ଦେଶବାସୀଙ୍କୁ ମିଳିବ କରୋନା ଭ୍ୟାକ୍‌ସିନ !

ମାଗଣା କୋଭିଡ-୧୯ ଭ୍ୟାକ୍ସିନ୍‌ ଦେବାକୁ ଘୋଷଣା କଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱରରୁ ୨୦୧ କରୋନା ଆକ୍ରାନ୍ତ ଚିହ୍ନଟ

ଦେଶରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା; ଦିନକରେ ଚିହ୍ନଟ ହେଲେ…

ରାଜ୍ୟରେ ଦିନକରେ ଆଖି ବୁଜିଲେ ୧୫ କରୋନା ରୋଗୀ

ରାଜ୍ୟରେ ଚିହ୍ନଟ ହେଲେ ୧,୯୧୩ କରୋନା ପଜିଟିଭ

You might also like