୧୮ରୁ ୪୪ ବର୍ଷ ବର୍ଗର ଲୋକଙ୍କୁ ଟିକା ପାଇଁ କୋ-ଓ୍ୱିନ ଆପ୍ ଜରିଆରେ କରିବାକୁ ହେବ ପଞ୍ଜୀକରଣ

ଟିକାକରଣ ନେଇ ରାଜ୍ୟଗୁଡ଼ିକୁ କେନ୍ଦ୍ର ସରକାରଙ୍କ ଚିଠି, ଏପ୍ରିଲ ୨୮ରୁ ରେଜିଷ୍ଟ୍ରେସନ, ୧ରୁ ଟିକାକରଣ 

  • ଟିକା ପାଇଁ ପଞ୍ଜୀକରଣ ଜରୁରୀ
  • ଟିକାକରଣ ନେଇ ରାଜ୍ୟମାନଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଚିଠି
  • କରୋନା ଟିକା ନେବେ ୧୮ରୁ ୪୪ ବର୍ଷ ବୟସ୍କ ଲୋକେ
  • କୋଓ୍ୱିନ୍ କିମ୍ବା ଆରୋଗ୍ୟ ସେତୁ ଆପରେ ପଞ୍ଜୀକରଣ ଜରୁରୀ
  • ୨୮ ତାରିଖରୁ ଆରମ୍ଭ ହେବ ପ୍ରକ୍ରିୟା, ୧ ତାରିଖରୁ ଟିକାକରଣ
  • ସରକାରୀ, ଘରୋଇ ଟିକାକରଣ କେନ୍ଦ୍ର ଭିତ୍ତିଭୂମି ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର : ଟିକାକରଣ ନେଇ ରାଜ୍ୟମାନଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଚିଠି । ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ଟିକା ନେବା ପାଇଁ ସ୍ପଟ୍ ନୁହେଁ, କୋଓ୍ୱିନ୍ ପ୍ଳାଟଫର୍ମ କିମ୍ବା ଆରୋଗ୍ୟ ସେତୁ ଆପରେ ପଞ୍ଜୀକରଣ କରିବାକୁ ହେବ । ଏହି ପ୍ରକ୍ରିୟା ୨୮ ତାରିଖରୁ ଆରମ୍ଭ ହେବ । ସ୍ଲଟ୍ ଅନୁସାରେ ୧ ତାରିଖଠାରୁ ଟିକାକରଣ କେନ୍ଦ୍ରକୁ ଯାଇ ଟିକା ନେଇପାରିବେ ।  ଭିଡ଼ ଓ ଆଇନଶୃଙ୍ଖଳା ପରିସ୍ଥିତିକୁ ଏଡାଇବା ପାଇଁ ଏପରି ନିଷ୍ପତ୍ତି ହୋଇଛି  । ସରକାରୀ ହେଉ ବା ଘରୋଇ ଟିକାକରଣ କେନ୍ଦ୍ର ସବୁଠି ଭିତ୍ତିଭୂମି ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସେପଟେ କରୋନା ମୁକାବିଲା ଲାଗି ଭାରତକୁ ସହାୟତାର ହାତ ବଢ଼ାଇଛି ବ୍ରିଟେନ । ଭେଣ୍ଟିଲେଟର, ଅକ୍ସିଜେନ୍ କନସେନଟ୍ରେଟର ସମେତ ମେଡିକାଲ ଉପକରଣ ଗତକାଲି ପଠାଇଛି ବ୍ରିଟେନ । ତେବେ ବ୍ରିଟେନରୁ ଆସୁଥିବା ସାମଗ୍ରୀ ଆସନ୍ତାକାଲି ଦିଲ୍ଲୀରେ ପହଞ୍ଚିବ । ଏହାଛଡ଼ା ଆଗାମୀ ସପ୍ତାହରେ ମଧ୍ୟ ଆଉ କିଛି ଉପକରଣ ଆସିବ । ଏନେଇ ସୂଚନା ଦେଇ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ କହିଛନ୍ତି ଯେ, ଶହେରୁ ଅଧିକ ଅକ୍ସିଜେନ୍ କନସେନଟ୍ରେଟର ଓ ଭେଣ୍ଟିଲେଟର ବ୍ରିଟେନ ଛାଡ଼ି ସାରିଲାଣି ।

ତେବେ ଏଭଳି ଏକ ମହାମାରୀର ମୁକାବିଲା ଲାଗି ଭାରତ ସହ କାନ୍ଧ ମିଳାଇ ବ୍ରିଟେନ ଛିଡ଼ା ହେବ । ତେବେ ଆସନ୍ତା ସପ୍ତାହରେ ତାଙ୍କର ପ୍ରସ୍ତାବିତ ଭାରତ ଗସ୍ତକୁ ବାତିଲ କରିଦେଇଛନ୍ତି  ।ସେପଟେ ୟୁରୋପୀୟ ସଂଘ ମଧ୍ୟ ସହାୟତା ଲାଗି ପ୍ରତିଶ୍ରୁତି ଦେଇଛି ଅକ୍ସିଜେନ୍ ଓ ଔଷଧ ପଠାଇବା ଲାଗି ତତ୍ପରତା ପ୍ରକାଶ କରିଛି ବୋଲି ୟୁରୋପୀୟ ୟୁନିଅନର କମିଶନର ଜାନେଜ୍ ଲେନାରସିସ କହିଛନ୍ତି । ସେହିପରି ଏଭଳି ବିପତ୍ତିବେଳେ ଫ୍ରାନ୍ସ, ଜର୍ମାନୀ ଭାରତ ସହ ଥିବା କହିଛନ୍ତି ।

 

 

You might also like