ନଭେମ୍ବର ପରେ ସର୍ବାଧିକ ମାମଲା : ୨୪ ଘଣ୍ଟାରେ ଦେଶରେ ୪୬,୯୫୧ ଆକ୍ରାନ୍ତ ଚିହ୍ନଟ

ପୁଣି କାୟା ମେଲାଉଛି କରୋନା

ନୂଆଦିଲ୍ଲୀ : ଦେଶରେ ପୁଣି କାୟା ମେଲାଉଛି କରୋନା। ରେକର୍ଡ ପରେ ରେକର୍ଡ କରି ଚାଲିଛି ସଂକ୍ରମଣ । ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୬ ହଜାର ୯୫୧ ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ମୋଟ ସଂକ୍ରମଣ ସଂଖ୍ୟା ୧.୧୬ କୋଟିରୁ ଅଧିକ ହୋଇଯାଇଛି ।  ତେବେ ସବୁଠାରୁ ଚିନ୍ତାର ବିଷୟ ହେଲା  ସଂକ୍ରମିତଙ୍କ ସହ ମୃତ୍ୟୁ ସଂଖ୍ୟା ବି ବଢିବାରେ ଲାଗିଛି । ଦିନକରେ ୨୧୨ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି । ଗତବର୍ଷ ନଭେମ୍ବର ମାସ ପରେ ଏହା ହେଉଛି ରେକର୍ଡ ସଂଖ୍ୟକ ସର୍ବାଧିକ ଦୈନିକ ସଂକ୍ରମଣ। 

ଏହାପୂର୍ବରୁ, ୭ ନଭେମ୍ବର ୨୦୨୦ ରେ ଏତେ ସଂଖ୍ୟକ କରୋନା ମାମଲା ଆସିଥିଲା, ଆଉ ସେତେବେଳେ ଗୋଟିଏ ଦିନରେ ୫୦,୩୩୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୬ ଲକ୍ଷ ୪୬ ହଜାର ୮୧କୁ ବୃଦ୍ଧି ପାଇଛି । ସେହିପରି ଦେଶରେ ମୋଟ କରୋନା ମୃତ୍ୟୁସଂଖ୍ୟା ୧ ଲକ୍ଷ ୫୯ ହଜାର ୯୬୭କୁ ବୃଦ୍ଧି ପାଇଛି । ସେହିପରି ବର୍ତ୍ତମାନ ୩୩୪୬୪୬ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି। ମହାରାଷ୍ଟ୍ର, କେରଳ, ପଞ୍ଜାବ, କର୍ଣ୍ଣାଟକ, ଗୁଜୁରାଟ ଏବଂ ମଧ୍ୟପ୍ରଦେଶରେ ମୋଟ ଆକ୍ରାନ୍ତଙ୍କ ୮୩.୧୪ ପ୍ରତିଶତ ଚିହ୍ନଟ ହେଉଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳୁଛି। 

You might also like