ଟିକାକରଣ ପାଇଁ ସାରା ଦେଶରେ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ

ପ୍ରଥମ ଦିନରେ ୧ କୋଟିରୁ ଅଧିକ ଲୋକଙ୍କ ରେଜିଷ୍ଟ୍ରେସନ୍, ୧୮ରୁ ୪୪ ବର୍ଷର ସବୁ ଲୋକଙ୍କୁ ମାଗଣାରେ ମିଳିବ ଟିକା

ନୂଆଦିଲ୍ଲୀ : କରୋନାକୁ ମାତ୍ ଦେବାକୁ ଦେଶରେ ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ଆରମ୍ଭ ହୋଇଛି । ବଡ଼ ଅଭିଯାନ ୧୮ରୁ ୪୪ ବୟସ୍କଙ୍କୁ ମାଗଣା ଟିକାକରଣ ନେଇ ଆରମ୍ଭ ହୋଇଛି ନାଁ ପଂଜୀକରଣ । କାଲି ପ୍ରଥମ ଦିନରେ ୧ କୋଟିରୁ ଅଧିକ ଲୋକ ପଞ୍ଜୀକରଣ କରିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ତୃତୀୟ ପର୍ଯ୍ୟାୟରେ ଯୁବ ବର୍ଗଙ୍କୁ ଟିକାକରଣ ପାଇଁ ସରକାର ଘୋଷଣା କରିବା ପରେ ୧୮ରୁ ୪୪ ବର୍ଷ ଭିତରେ ସମସ୍ତ ଟିକା ନେବା ପାଇଁ ପଞ୍ଜୀକରଣକୁ ଅପେକ୍ଷା କରିଥିଲେ । ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ଅପରାହ୍ଣ ୪ଟାରୁ ଆରମ୍ଭ ହୋଇଥିଲା ରେଜିଷ୍ଟ୍ରେସନ୍ । କୋ-ଓ୍ୱିନ୍ ପୋର୍ଟାଲ, ଆରୋଗ୍ୟ ସେତୁ ଆପ୍ ଓ ଉମଙ୍ଗ ଆପ୍ ମଧ୍ୟରୁ ଯେ କୌଣସିରେ ନାଁ ପଞ୍ଜୀକରଣ କରାଯାଇ ପାରୁଛି ।

ସେହିପରି ମେ ପହିଲାରୁ ହେବାକୁ ଥିବା ଟିକାକରଣ ଅଭିଯାନରେ ସାମିଲ ହୋଇପାରେ ଋଷ ଟିକା ସ୍ପୁଟନିକ୍ ଭି । ଆଜି ୨ଟି ବିମାନରେ ଆସିପାରେ ଏହି କରୋନା ସଞ୍ଜୀବନୀ । ଋଷିଆ ତାର ନିଜସ୍ୱ ଭାକ୍ସିନ ସ୍ପୁଟନିକ ଭି ପ୍ରଥମ ଫେଜ୍ ଭ୍ୟାକସିନ୍ ଭାରତକୁ ଯୋଗାଇ ଦେବ । ଋଷିଆ  ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଜରିଆରେ ଭାରତକୁ ଆସିବ। ଭାରତରେ ଡକ୍ଟର ରେଡ୍ଡୀ ସମେତ କିଛି ଲ୍ୟାବ୍ ଏହାକୁ ବଣ୍ଟନ କରିବ। ସେଠାରେ ପରୀକ୍ଷଣ ପରେ ଏହାକୁ କେନ୍ଦ୍ର ସରକାରଙ୍କୁ ହସ୍ତାନ୍ତର କରାଯିବ। ତେବେ  କେନ୍ଦ୍ର ସରକାରଙ୍କ ଦ୍ୱାରା ବିଭିନ୍ନ ରାଜ୍ୟକୁ ଦିଆଯିବ ନା ରାଜ୍ୟକୁ ସିଧାସଳଖ ଯୋଗାଯିବ ସେ ନେଇ ନିଷ୍ପତ୍ତି ହେବ। ପୂର୍ବରୁ ସ୍ପୁଟନିକ୍ ଭିକୁ DCGI ଜରୁରୀକାଳୀନ ଅନୁମତି ଦେଇଛି। ‘ସ୍ପୁଟନିକ ଭି’ର ଦାମ୍‌ ୭୫୦ ଟଙ୍କା ରହିପାରେ। କୋଭିସିଲ୍‌ଡ ଠାରୁ ଏହାର ଦାମ ଅଧିକ ରହିଲେ ହେଁ ଏହାର ସଫଳତା ହାର ୯୦%ରୁ ଅଧିକ ବୋଲି କୁହାଯାଉଛି।  ତେବେ କରୋନା ବିରୋଧୀ ଲଢେଇରେ ସହାୟତା ପାଇଁ ପୁତିନଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ସେପଟେ କୋଭିସିଲ୍ଡ ଟିକା ଦର ହ୍ରାସ କରିଛି ସେରମ ଇନଷ୍ଟିଚ୍ୟୁଟ । ରାଜ୍ୟମାନଙ୍କୁ ଦିଆଯିବାକୁ ଥିବା ଟିକା ଦର ୧୦୦ ଟଙ୍କା ହ୍ରାସ କରାଯାଇଛି। ପୂର୍ବ ଘୋଷିତ ଦର ୪୦୦ ଟଙ୍କାରୁ ୩ଶହ ଟଙ୍କାକୁ ହ୍ରାସ ନେଇ ଘୋଷଣା କରାଯାଇଛି । ୧୦୦ ଟଙ୍କା ହ୍ରାସ ନେଇ ସେରମ ସିଇଓ ଆଦର ପୁନାଓ୍ବାଲା ସୂଚନା ଦେଇଛନ୍ତି । ପୂର୍ବରୁ ରାଜ୍ୟକୁ କୋଭିସିଲ୍ଡ ଡୋଜ୍ ପିଛା ୪ଶହ ଘୋଷଣା ହୋଇଥିଲା । ତେବେ ଘରୋଇ ହସ୍ପିଟାଲ ପାଇଁ ଦର ଡୋଜ୍ ପିଛା ୬ଶହ ଅପରିବର୍ତ୍ତିତ ରହିଛି ।

You might also like