ଦେଶରେ ୨୪ ଘଣ୍ଟାରେ ୩୪୧୭ ଜୀବନ ନେଲା ମହାମାରୀ

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଲହର ସାଂଘାତିକ ରୂପ ନେଉଛି । ଘରୁ ବାହାରିଲେ ଲାଗୁଛି ଯେମିତି ମୃତ୍ୟୁ ଦୂତ ଛିଡା ହୋଇଛି । ଘରେ ବି ନିଜକୁ ସୁରକ୍ଷିତ ମନେ ହେଉନି । ଦେଶରେ ସୁସ୍ଥ ହାର ସନ୍ତୋଷଜନକ ଥିଲେ ବି ଲୋକଙ୍କୁ ଚିକିତ୍ସା ସୁବିଧା ମିଳିପାରୁନି । କାରଣ ଡାକ୍ତରଖାନାରେ ବେଡ୍‌ ଅଭାବ ଦେଖାଦେଇଛି । ଡାକ୍ତରଖାନା ଗଲେ ବି ଅକ୍ସିଜେନ ମିଳୁନି । ଏପରି ସ୍ଥିତିରେ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩ ଲକ୍ଷ ୬୮ ହଜାର ୧୪୭ ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ସମୟ ମଧ୍ୟରେ ଦେଶରେ ୩୪୧୭ ଜଣ ରୋଗୀ କରୋନାରେ ଆଖି ବୁଜିଛନ୍ତି । ଦେଶରେ ବର୍ତ୍ତମାନ ୩୪,୧୩,୬୪୨ ଟି ଆକ୍ଟିଭ କେସ ଥିବାବେଳେ ୨୪ ଘଣ୍ଟାରେ ୧୨, ୧୦,୩୪୭ ଜଣ ଭାକ୍ସିନ ନେଇଛନ୍ତି ।

ଆଜିର ସଂକ୍ରମିତଙ୍କୁ ମିଶାଇଲେ ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ୨ କୋଟି ପାଖାପାଖି ପହଞ୍ଚିଗଲାଣି । ଦେଶରେ ୧୨ଟି ରାଜ୍ୟରେ ସଂକ୍ରମଣ ସ୍ଥିତି ଅତ୍ୟନ୍ତ ଗମ୍ଭୀର ହୋଇପଡ଼ିଲାଣି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ ଦେଶର ୧୫୦ ଜିଲ୍ଲରେ ସଂକ୍ରମଣ ହାର ୧୫ ପ୍ରତିଶତରୁ ଅଧିକ ରହିଛି । ୨୫୦ ଜିଲ୍ଲାରେ ଏହା ୧୦ରୁ ୧୫ ପ୍ରତିଶତ ଭିତରେ ରହିଛି ।

ମହାମାରୀର ସବୁଠାରୁ ଭୟାନକ ରୂପ ମହାରାଷ୍ଟ୍ରରେ ଦେଖିବାକୁ ମିଳିଛି । ମହାରାଷ୍ଟ୍ରରେ ରବିବାର କୋଭିଡ-୧୯ରେ ୫୬,୬୪୭ ଜଣଙ୍କର ମୃତ୍ୟୁ ଘଟଛି । ୬୬୯ ଲୋକଙ୍କର ମୃତ୍ୟୁ ଘଟିଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ତଥ୍ୟ ଅନୁସାରେ, ନୂଆ ମାମଲାକୁ ମିଶାଇଲେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୭, ୨୨, ୪୦୧ରେ ରହିଛି । ମୃତକଙ୍କ ସଂଖ୍ୟା ୭୦, ୨୮୪ ଛୁଇଁଛି । ଗତ ୨୪ ଘଣ୍ଟା ମଧ୍ୟରେ ୫୧, ୩୫୬ କରୋନା ରୋଗୀଙ୍କୁ ଡିସ୍‌ଚାର୍ଜ କରାଯାଇଛି । ଏବେ ବି ରାଜ୍ୟରେ ୩୯, ୮୧, ୬୫୦ ଲୋକ ସଂକ୍ରମିତ ଅଛନ୍ତି । ରାଜ୍ୟରେ ୬,୬୮,୩୫୩ ଜଣ ରୋଗୀ ଚିକିତ୍ସାଧୀନ ଅଛନ୍ତି। ବୃହନମୁମ୍ବାଇ ମହାନଗର ପାଳିକାରୁ ମିଳିଥିବା ତଥ୍ୟ ଅନୁସାରେ ୫୭, ୩୪୨ ଚିକିତ୍ସାଧୀନ ରୋଗୀ ଅଛନ୍ତି ।

ସେହିପରି ବିହାରରେ କୋଭିଡ-୧୯ରେ ଉପମୁଖ୍ୟମନ୍ତ୍ରୀ ତଥା ଭାଜପାର ରାଜ୍ୟସଭା ସଦସ୍ୟ ସୁଶୀଲ ମୋଦିଙ୍କ ସାନ ଭାଇଙ୍କ ସମେତ ୯୭ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଏଠାରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨୭୩୯ ଛୁଇଁଛି । ସୁଶୀଲ ମୋଦିଙ୍କ ସାନ ଭାଇ ଅଶୋକ ମୋଦି(୬୫)ଙ୍କର ପାଟନାର ଏକ ଡାକ୍ତରଖାନାରେ ଚିକିତ୍ସାଧିନ ଥିବାବେଳେ ମୃତ୍ୟୁ ଘଟିଛି ।

You might also like