ସାମ୍ନାକୁ ଆସିଲା କରୋନା ଭାଇରସ୍‌ର ଏବେ ଆଉ ଏକ ନୂଆ ଲକ୍ଷଣ

ନୂଆଦିଲ୍ଲୀ: କରୋନା ଭାଇରସ୍‌ର ଏବେ ଆଉ ଏକ ନୂଆ ଲକ୍ଷଣ ଦେଖିବାକୁ ମିଳିଛି। ଏହି ଲକ୍ଷଣ ସାଧାରଣତଃ ଛୋଟ ପିଲା ଓ ଯୁବକମାନଙ୍କଠାରେ ଦେଖାଯାଉଛି। ମାର୍ଚ୍ଚ ମାସରେ ଇଟାଲୀର କିଛି ଚର୍ମରୋଗ ବିଶେଷଜ୍ଞ କୋଭିଡ୍-୧୯ ରୋଗୀଙ୍କ ଠାରେ ଏହି ଲକ୍ଷଣ ଦେଖିଥିଲେ। କେତେକ ରୋଗୀଙ୍କର ଆଙ୍ଗୁଳି ଫୁଲି ଯାଇଥିଲା ତ ଆଉ କେତେଙ୍କର ଶରୀର କିଛି ଅଙ୍ଗର ରଙ୍ଗ ପରିବର୍ତ୍ତନ ହୋଇଥିଲା। ଥଣ୍ଡାରେ ହାତ ଗୋଡ଼ ଯେମିତି କୋଲାପ୍ସ ହୋଇଯାଏ, ଠିକ୍‌ ସେହିଭଳି ହେଉଥିବାର ଦେଖିବାକୁ ମିଳିଥିଲା।

ଇଟାଲୀ ଅଧିକ ଥଣ୍ଡା ଅଞ୍ଚଳରେ ରହୁଥିବ ଅଧିବାସୀଙ୍କଠାରେ ସାଧାରଣତଃ ଏମିତି ଲକ୍ଷଣ ଦେଖାଯାଇଥାଏ। ଏଥିପାଇଁ ଚର୍ମରୋଗ ବିଶେଷଜ୍ଞମାନେ ଏହି ନୂଆ ପ୍ରକାର ଲକ୍ଷଣର ନାମ ‘କୋଭିଡ ଟୋସ୍’‌ ରଖିଛନ୍ତି। ଏଭଳି କିଛି ଲକ୍ଷଣ ଆମେରିକାର କରୋନାରେ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ବେଷ୍ଟନ ସହରର ଲୋକମାନଙ୍କଠାରେ ଏପରି ଲକ୍ଷଣ ଦେଖାଦେଇଛି। ଏଥିପାଇଁ ଆମେରିକାର ଏକାଡେମୀ ଅଫ୍‌ ଡର୍ମିଟୋଲୋଜୀରେ କାର୍ଯ୍ୟରତ ଡାକ୍ତରମାନେ ଛୋଟ ପିଲମାନଙ୍କର ବି କରୋନା ଟେଷ୍ଟ କରାଇ ନେବାକୁ ପରାମର୍ଶ ଦେଉଛନ୍ତି।

ତେବେ ଏହାପୂର୍ବରୁ ସ୍ପେନ୍‌ର ଡାକ୍ତରମାନେ ଗୋଡ଼ରେ ହୋଇଥିବା ଘା’କୁ ମଧ୍ୟ କରୋନା ଭାଇରସ୍‌ର ଏକ ଲକ୍ଷଣ ବୋଲି ଗ୍ରହଣ କରାଯାଇପାରେ ବୋଲି କହିଛନ୍ତି। କରୋନା ସଂକ୍ରମିତ ହେବା ପୂର୍ବରୁ ଏମିତି ପ୍ରମୁଖ୍ୟ ଲକ୍ଷଣସବୁ ଦେଖାଯାଇପାରେ ବୋଲି ସେ ସ୍ପେନ୍‌ ଡାକ୍ତରମାନେ କହିଛନ୍ତି। ତେବେ କରୋନା ଏହି ନୂଆ ଲକ୍ଷଣ ବିଷୟରେ ଏବେବି ରିସର୍ଚ ଚାଲିଛି।

 

ଆହୁରି ପଢ଼ନ୍ତୁ

You might also like